ଅମ୍ବିକା ବସ୍ ଡିଭାଇଡର ଉପରକୁ ଚଢ଼ିଗଲା, ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଯୋଡ଼ା : ୫୨୦ ନମ୍ୱର ଜାତୀୟ ରାଜପଥ ରେ ଏକ ଗମ୍ଭୀର ଦୁର୍ଘଟଣା ଘଟିଥିଲା ଯେଉଁଥିରେ କେନ୍ଦୁଝରରୁ ବଡ଼ବିଲ ଯାଉଥିବା ଅମ୍ବିକା ଯାତ୍ରୀବାହୀ ବସ୍ ର ଯାନ୍ତ୍ରିକ ତ୍ରୁଟି ଯୋଗୁ ସ୍ଟିୟରିଂ ହଟାତ୍ ଫେଲ୍ ହୋଇଯିବାରୁ ବସ୍ଟି ଯୋଡ଼ା କଣ୍ଡରା ଟୋଲ୍ ଗେଟ୍ ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଯାଇଥିଲା।
ସୂଚନା ଯୋଗ୍ୟ , ରବିବାର ଦୁର୍ଘଟଣା ସମୟରେ ବସ୍ଟିରେ ପ୍ରାୟ ୩୫ରୁ ୪୦ ଯାତ୍ରୀ ଯାତ୍ରା କରୁଥିଲେ। ଭାଗ୍ୟବସତ ଏହି ଦୁର୍ଘଟଣାରେ କୌଣସି ଜଣେ ମୃତ୍ୟୁ ବା ଗୁରୁତର ଆହତ ହେବାର ଖବର ମିଳିନାହିଁ, କିନ୍ତୁ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ସ୍ଥାନୀୟ ପୋଲିସ୍ ଓ ଉଦ୍ଧାର ଦଳ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ପଠାଇଛନ୍ତି। ବସ୍ଟିକୁ ଡିଭାଇଡର ଉପରୁ ହଟାଇବା ପାଇଁ କ୍ରେନ୍ ଓ ଅନ୍ୟାନ୍ୟ ଉପକରଣ ବ୍ୟବହାର କରାଯାଇଛି।