କେନ୍ଦୁଝର ଜିଲ୍ଲାରେ ଅମଲା ମଞ୍ଚ ଗଠିତ

ଏହି ମଞ୍ଚରେ ଅଧ୍ୟକ୍ଷ ଭାବେ…

କେନ୍ଦୁଝର : ଲକ୍ଷ୍ୟ ୪୨ଶହ ଗ୍ରେଡପେ ଲେଭଲଟ କେନ୍ଦୁଝର ଦରବାରହଲ୍ ଠାରେ ଓଡିଶା ରାଜସ୍ବ ଅମଲା ସଂଘ,ଓଡିଶା ଅମଲା ସଂଘ,ଟ୍ରେଜେରୀ ସଂଘ,ସବରେଜିଷ୍ଟ୍ରାଟ ସଂଘର କର୍ମକର୍ତ୍ତା ଏବଂ ସଭ୍ୟସଭ୍ୟା ଙ୍କୁ ନେଇ ଜିଲ୍ଲା ମିଳିତ ଅମଲା ମଞ୍ଚ ଗଠିତ ହୋଇଯାଇଛି।ଏହି ମଞ୍ଚରେ ଅଧ୍ୟକ୍ଷ ଭାବେ ଶ୍ରୀ ସୁରେଶ ଚନ୍ଦ୍ର ରଣା,ଅବାହକ ଶ୍ରୀ ପ୍ରସନ୍ନ କୁମାର ବେହେରା,ସଂମ୍ପାଦକ ଶ୍ରୀମତୀ ମିନତୀ ସାହୁ,ଶ୍ରୀସଚ୍ଚିଦାନନ୍ଦ ମହାକୁଡ,କୋଷାଧ୍ୟକ୍ଷ ଶ୍ରୀ ସୋହମ ନାୟକ,ମିଡିଆସଂଯୋଜକ ପୀତବାସ ମହାନ୍ତ ପ୍ରମୁଖ ଙ୍କୁ ମନୋନୀତ କରାଯାଇଥିଲା।

ଏଥିସହିତ ସୁବ୍ରତ ପଟ୍ଟନାୟକ ପ୍ରଭାତୀ ପ୍ରଧାନ,ତପନ କୁମାର ଭୁୟାଁ,ମଳୟ କୁମାର ମୁର୍ମୁ,ଅନାମ ପାତ୍ର,ଗୀତାଞ୍ଜଳୀ ପାତ୍ର,ମହେଶ୍ବରୀ ଦାଶ,ବିଭୁତି ଭୂଷଣ ନାୟକ,ରାକେଶ ରଥ,ମାନସ ରାଉଳ,ମାନସ ରଞ୍ଜନ ଜେନା,ଜଗମୋହନ ଜେନା,ଗୈାତମ ମହାନ୍ତ,ପୁଷ୍ପିତା ଦେହୁରୀ,ପ୍ରତାପ କୁମାର ବୈଠା,ଯତିନ୍ଦ୍ର ଜେନା,ମୀତାଲି ମଧୁସ୍ମିତା ମହାପାତ୍ର,ବନୀତା ରାଉତ,ସ୍ବପ୍ନାରାଣୀ ମିଶ୍ର,ଚନ୍ଦ୍ରାୟ ହାଁସଦା ସମସ୍ତ ଏକ୍ଜୁଟିଭ ବଡି ମେମ୍ବର ମନୋନୀତ ହୋଇଥିଲେ।ନୂତନ ଭାବେ ପଦନ୍ଵତି ପାଇଥିବା କର୍ମକର୍ତ୍ତାଗଣ ଆଗମୀ ୨୧ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ୪୨ଶହ ଟଙ୍କା ଗ୍ରେଡପେ ନିମନ୍ତେ ଦାବିପତ୍ର ଉପସ୍ଥାପନା କରିବେ।

ତେବେ ସରକାର ଏହାର ବିଦ୍ଧିବଧ ବିଚାର ନକଲେ ମେ ୧ତାରିଖ ସରକାର ଙ୍କ ଉଦେଶ୍ୟରେ ରାଜ୍ୟ ନେତୃତ୍ବ ଦ୍ବାରା ଚରମପତ୍ର ପ୍ରଦାନ କରିବାକୁ ନିଷ୍ପତି ନେଇଛନ୍ତି।ଏହି କାର୍ଯ୍ୟକ୍ରମ କାମିନୀ କାନ୍ତ ମହାନ୍ତ ଙ୍କ ସଭାପତିତ୍ବରେ ହାେଇଥିବାବେଳେ ଅତିଥି ଭାବେ ଓଡିଶା ରାଜସ୍ବ ଅମଲା ସଂଘର ବରିଷ୍ଠ ଉପଦେଷ୍ଟା ଶ୍ରୀ ସରୋଜ କୁମାର ସାହୁ,ଶ୍ରୀ କୈାଳାଶ ଚନ୍ଦ୍ର ମଲ୍ଲିକ,ଓଡିଶା ରାଜସ୍ବ ଅମଲା ସଂଘର ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ମହାପାତ୍ର,ସଂମ୍ପାଦକ ଶ୍ରୀ ପ୍ରଭାତେନ୍ଦୁ ନାୟକ,ଅମଲା ସଂଘର ସଭାପତି ଶ୍ରୀ ଅଭିମନ୍ୟୁ ପ୍ରଧାନ,ସଂମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ବେହେରା,ଟ୍ରେଜେରୀ ସଂଘର ବରିଷ୍ଠ ଉପଦେଷ୍ଟା ଶ୍ରୀ ସରୋଜ କୁମାର ବେହେରା ପ୍ରମୁଖ ସମ୍ମାନୀତ ଭାବେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ମିଡିଆ ସଂଯୋଜକ ଶ୍ରୀ ପୀତବାସ ମହାନ୍ତ ସଂଯୋଜନା କରିଥିବାବେଳେ ଓଡିଶା ରାଜସ୍ବ ଅମଲା ସଂଘର ରାଜ୍ୟକାର୍ଯ୍ୟକାରୀ ସଭାପତି ଧନ୍ୟବାଦ ଅର୍ପଣ ଦେଇଥିଲେ।