ନାଳ କୂଳରୁ ଶିଶୁପୁତ୍ର ଉଦ୍ଧାର
କାନ୍ଦ ଶୁଭୁଥିବା ସ୍ଥାନରେ ଯାଇ ଦେଖିବା ବେଳେ ଶିଶୁଟି ଏକ ବ୍ୟାଗରେ ପୁରା ହୋଇ ଥିବାର ଦେଖିଥିଲେ…..
କେନ୍ଦୁଝର : କେନ୍ଦୁଝରରେ ଏକ ନାଳ କୂଳରୁ ଏକ ବ୍ୟାଗ ଭିତରେ ପୁରାଇ ଫୋପାଡି ଦିଆଯାଇଥିବା ଏକ ଦିନକର ଶିଶୁ ପୁତ୍ର ଉଦ୍ଧାର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ରେ ଭର୍ତି । ଶିଶୁ ଟିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ଦେଲେ ସିଡିଏମଓ । ହରିଚନ୍ଦନପୁର ବ୍ଲକ ର ଗୋପିନାଥପୁର ଗାଁ ନିକଟରେ ଥିବା ଏକ ନାଳରେ କେହି ଜଣେ ଏକ ଦିନକର ଶିଶୁ ପୁତ୍ରକୁ ଏକ ବ୍ୟାଗ ରେ ପୁରାଇ ଫୋପାଡି ଦେଇଥିଲା ।
ଆଜି ଭୋର ସମୟରେ ସେହି ଗାଁ ର କିଛି ଲୋକ ନାଳ କୁ ଶୌଚ ହେବାକୁ ଯାଇଥିବା ସମୟରେ ଛୁଆ ଟିର କାନ୍ଦ ଶୁଣିଥିଲେ । କାନ୍ଦ ଶୁଭୁଥିବା ସ୍ଥାନରେ ଯାଇ ଦେଖିବା ବେଳେ ଶିଶୁଟି ଏକ ବ୍ୟାଗରେ ପୁରା ହୋଇ ଥିବାର ଦେଖିଥିଲେ ।
ସଙ୍ଗେ ସଙ୍ଗେ ଆଶାଦିଦି ଓ ଅଙ୍ଗନବାଡି ଓ ଅଙ୍ଗନବାଡ଼ି ଦିଦି ଙ୍କ ସାହାଯ୍ୟ ରେ ଶିଶୁ ଟିକୁ ଉଦ୍ଧାର କରି ଏକ ଘରୋଇ ଗାଡି ରେ ଶିଶୁଟିକୁ ଆଣି ଜିଲ୍ଲା ଚିକିତ୍ସାଳୟ ରେ ଭର୍ତି କରିଛନ୍ତି । ଶିଶୁ ଟି ଗୋଟିଏ ଦିନର ଓ ରାତିସାରା ଶୀତ କାକର ରେ ପ୍ରଡି ରହିଥିବାରୁ ଅବସ୍ଥା ଗୁରୁତର ରହିଛି ଓ ତାକୁ ଏସଏନସିୟୂରେ ରଖାଯାଇଥିବା ସିଡିଏମଓ କହିଛନ୍ତି।