କେନ୍ଦୁଝର ଜିଲ୍ଲାରେ ଛଟ ପୂଜା ପାଳନ ଉତ୍ସବ
ଏହି ପର୍ବ ପାଳନ କଲେ ପରିବାର ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି….
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଧୁମଧାମରେ ପାଳନ ହେଲା ଛଟ ପୂଜା ଯୋଡ଼ା ସୁନା ନଦୀରେ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଛଟ୍ ପୂଜା ପାଇଁ ଉତ୍ସବ ମୁଖର ସାରା ଦେଶ । ଆଜି ଛଟ ପୂଜାର ସୂର୍ଯ୍ୟ ଦେବତା ଓ ଛଟି ମାତାଙ୍କୁ ପୂଜା କରାଯାଏ। ଏହି ପୂଜା ମୁଖ୍ୟତଃ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ ,ମଧ୍ୟପ୍ରଦେଶ,ଓଡ଼ିଶା ରେ ପାଳନ କରାଯାଇଥାଏ। ଏହି ପର୍ବ ପାଳନ କଲେ ପରିବାର ସୁଖ ସମୃଦ୍ଧି ଆସିଥାଏ ବୋଲି ବିଶ୍ୱାସ ରହିଛି।
ଯୋଡ଼ା ସୁନା ନଦୀରେ ବୁଡ଼ ପକାଇ ଶ୍ରଦ୍ଧାଳୁ ବେଶ ଧୁମଧାମରେ ପୂଜାର୍ଚ୍ଚନା କରିଛନ୍ତି।ଆଜି ହେଉଛି ଛଟ ପୂଜା ର ବିଧିବଦ୍ଧ ଭାବେ ବଭିନ୍ନ ଜଳାଶୟରେ ଏନେଇ ଭକ୍ତଙ୍କ ସମାଗମ ହୋଇଛି। ପୂଜା ଦିନରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀମାନେ ପୂଜା କରିଥାନ୍ତି । ଦୀପାବଳିର ୬ ଦିନ ପରେ ଏହି ପର୍ବ ପାଳନ କରାଯାଏ। ସେହିପରି ଆଜି କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଛଟ ପୂଜା ପାଳନ କରାଯାଉଛି ।