କେନ୍ଦୁଝର,(ସାକ୍ସୀ ନ୍ୟୁଜ୍) : କେନ୍ଦୁଝର କାଳୀ ପଡିଆଠାର ଗୁରୁବାରଠାରୁ ଆରମ୍ଭ ହୋଇଥିବା ତ୍ରିଦିବସିୟ ୧୧୪ କୁଣ୍ଡିୟ ମହାଯଜ୍ଞ ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ପୂର୍ବାହ୍ନ ୧୧ ଘଟିକା ରେ ମୁଖ୍ୟମନ୍ତ୍ରୀ କାଳୀ ପଡ଼ିଆରେ ପହଁଚି ଯଜ୍ଞକୁଣ୍ଡ ପାଖକୁ ଯିବା ପୂର୍ବରୁ ତାଙ୍କୁ ସନାତନ ଧର୍ମୀ ବ୍ରାହ୍ମଣ ମାନେ ମନ୍ତ୍ର ଓ ଶ୍ଳୋକ ଗାନ କରି ସ୍ୱାଗତ କରିଥିଲେ । ଏହି ସମୟରେ ସିଦ୍ଧମଠରେ ଥିବା ବେଦ ବିଦ୍ୟାଳୟ ଛାତ୍ରଙ୍କ ଦ୍ଵାରା ପରିବେଶତ ହୋଇଥିବା ଶ୍ଳୋକ ଯଜ୍ଞ ସ୍ଥଳର ପରିବେଶକୁ ଆହୁରି ଆଧ୍ୟାତ୍ମିକତାରେ ଭରିଦେଇଥିଲା ।
ଏହି ଯଜ୍ଞ ରେ ଅନ୍ୟ ଜିଲ୍ଲାମାନଙ୍କରୁ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ସାଧୁ,ସନ୍ଥ ଓ ବ୍ରାହ୍ମଣମାନେ ଯୋଗ ଦେଇଛନ୍ତି । ସକାଳ ୭ ଘଟିକା ରେ ବଡ଼ଶାସନସ୍ଥିତ ବାଲୁଙ୍କେଶ୍ୱର ମହେଶ ମନ୍ଦିର ନିକଟରେ ଥିବା ବଡ଼ପୋଖରୀରୁ ଜଳ ଆଣି କଳସ ଯାତ୍ରାରେ ବ୍ରତୀ ମାନେ ଆସିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୧୪ କୁଣ୍ଡ ସହ କୃଷ୍ଣ ଅର୍ଜ୍ଜୁନ ପୂଜନ , ସୂର୍ଯ୍ୟ ପୂଜନ ଓ ଗୋ ପୂଜନ କାର୍ଯ୍ୟ ଚାଲିଥିବା କଥା ଆୟୋଜକ ମାନେ କହିଛନ୍ତି ।
ଆର୍ଯ୍ୟ ସଂସ୍କୃତି ପରିଷଦର ସଭାପତି ପଣ୍ଡିତ ନିରଂଜନ ଦାଶ , ଡାକ୍ତର ଦେବଦତ୍ତ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ସୁଚାରୁ ରୂପେ ଚାଲିଛି । ଏଥିରେ କାଳୀତୀର୍ଥ ର କର୍ମକର୍ତ୍ତା ମାନେ ସହଯୋଗ କରୁଛନ୍ତି ।