କେନ୍ଦୁଝର ଜିଲ୍ଲା ଦୁର୍ଗମ ଅଞ୍ଚଳରେ ସାଗପାଲିରେ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୧୩୯ଜଣଙ୍କ ମ୍ୟାଲେରିଆ ପରୀକ୍ଷଣ କରାଯାଇଥିଲେ…..

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ ନୟାକୋଟ ସବ୍ ସେଣ୍ଟର ଅଧିନ ଦୁର୍ଗମ ଅଞ୍ଚଳ ସାଗପାଲି ଗ୍ରାମରେ ଦମନ କାର୍ଯ୍ୟକ୍ରମ ଭିଭି ଟିଏସ୍ ସଞ୍ଜିତ୍ କୁମାର ସାହୁ ଙ୍କ ତତ୍ତ୍ବାବଧନାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ୧୩୯ଜଣଙ୍କ ମ୍ୟାଲେରିଆ ପରୀକ୍ଷଣ କରାଯାଇଥିଲେ।

ଏଥିରେ ପଜେଟିଭ ସଂଖ୍ୟା ରହିଥିଲା।ସେହିପରି ଜୁନ ୨୦୨୨ ସାଗପାଲି ଦମନ କାର୍ଯ୍ୟକ୍ରମରେ ୪୮୯ ଜଣଙ୍କୁ ପରୀକ୍ଷଣ କରାଯାଇଥିବାବେଳେ ୧୭ଜଣ ପଜେଟିଭ ଚିହ୍ନଟ ହୋଇଥିଲେ।ଜୁନିୟର ଏଣ୍ଟମୋଲଗି ବିକାଶ ଚନ୍ଦ୍ର ପ୍ରଧାନ,ମହିଳା ସ୍ବାସ୍ଥ୍ୟକର୍ମୀ ସରତା ସେଠୀ,ପୁରୁଷ ସ୍ବାସ୍ଥ୍ୟକର୍ମୀ ବିନୋଦ ବିହାରୀ ସେଠୀ ସାମିଲଥିଲେ।