ଋଣ ସୁଝିନପାରି ଟ୍ରକ ମାଲିକଙ୍କ ମୁର୍ତ୍ୟୁ

କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ରତ୍ନଗର୍ଭା କେନ୍ଦୁଝରରେ ଟ୍ରକ ପରିବହନ ବ୍ୟବସାୟର କରୁଣ ଚିତ୍ର । ତେଲକୋଇ ଛାମଣ୍ଡାର ଟ୍ରକ ମାଲିକ ମୁକୁନ୍ଦ ମହାକୁ଼ଡ ମିଟୁ ଜୀବନ ହାରିଲେ । ବେକାର ଯୁବକଙ୍କୁ ନିଯୁକ୍ତି ନାହିଁ ୧୯୦୯ରୁ ଏଠି ଖଣି ଖୋଳା ଚାଲିଛି । ଖଣି ଖୋଳା ପୂର୍ବରୁ ଜନଶୁଣାଣୀ ଆଧାରରେ ଚୁକ୍ତି ମୁତାବକ ନିଯୁକ୍ତି ନାହିଁ । ବେକାର ପିଲା ପ୍ରାଇଭେଟ ଫାଇନାନ୍ସ କମ୍ପାନୀରୁ ଚଢା ସୁଧରେ ଋଣ ଆଣି ଲୁହା ପଥର ପରିବହନ କଲେ ଯେ ଏବେ ଆଖିରୁ ରକ୍ତ ଲୁହ ବୋହୁଛି । ଲାଭ ବେଳେ ଫାଇନାନ୍ସ କମ୍ପାନୀ ମୋଟା ଲାଭ ଖାଉ ଥିଲା ଏବେ ପରିବହନ ବନ୍ଦ ଅଛି ମାଲିକଙ୍କ ବେକରେ କମ୍ପାନୀ ଗାମୁଛା ପକେଇ ଋଣ ଅସୁଲ କରୁଛି ।

ରାଜ୍ୟ ସରକାର ଖଣି ପରିବହନ ବ୍ୟବସାୟକୁ ଶିଳ୍ପ ମାନ୍ୟତା ଦେଲେନି କି ରାଜ୍ୟ ଅର୍ଥ ନିଗମକୁ ପୁଣି ଜୀବିତ କରି ଋଣ ଦେବା କାମରେ ଲଗେଇଲେନି । ଜିଲ୍ଲା ପ୍ରଶାସନ ମଧ୍ୟ ଦିଗଦର୍ଶନ ଦେଉନି ଦେଶ ସାରା ଟ୍ରକ ଆସି ଏଇଠି ଜମା । ଏଣେ ରାଜ୍ୟ ସରକାରଙ୍କ ନବରତ୍ନ ଓଏମସି ରାଜ୍ୟ ଖଣି ନିଗମ ଲୁହା ପଥର ରେଟ ବଢେଇବାରୁ କେହି ନେଉ ନାହାନ୍ତି ତେଣୁ ଟ୍ରକ ସବୁ ପଡିଛନ୍ତି । ଅତ୍ୟଧିକ ଟ୍ରକ ବନ୍ଦ କରି କିପରି ଜାତୀୟ ରାଜପଥରେ ମୁମ୍ବାଇ କୋଲକାତା ଆଦି ଯାଇ ପରିବହନ କରିବେ ସେଲାଗି ପ୍ରଶାସନ ଦୃଷ୍ଟି ଦେବାକଥା । ସ୍ଲରି ପାଇପରେ ଲୁହାପଥର ପରିବହନ ବେନିୟମ କାର୍ଯ୍ୟ ତେଣୁ ଏପରି ପ୍ରୋଜେକ୍ଟ ବନ୍ଦ କରି ଖଣି ଶିଳ୍ପରେ ସମତୁଲତା ରକ୍ଷା କରାଯାଉ ନହେଲେ ଆଗକୁ ମହା ବିପତ୍ତି ଆସିବ ।