ମୋଟରସାଇକେଲ ରେ ନଦୀ ପାର ହେବାବେଳେ ଭାସି ଯାଇ ମୃତ୍ୟୁ

ଗାଁର ଦୁଃଖ ବୈତରଣୀ….

କେନ୍ଦୁଝର : ସ୍ଥାନୀୟ ଗମ୍ଭାରୀଡିହ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦେହୁରୀ ପୁଅ ସହିତ ମିଶି ବାଂଶପାଳ ବ୍ୟାଙ୍କ୍ କୁ ଯାଇ ଫେରିବା ସମୟରେ ଏହି କାମଚଳା ପୋଲ ଯୋଗୁଁ ପୁଅ ବାପାଙ୍କୁ ଓହ୍ଲାଇ ବାଇକ୍ ନେଇ ଆରପାରିକୁ ଯିବା ଅବସରରେ ବାପା ଚାଲି ଚାଲି ନଦୀ ଅତିକ୍ରମ କରୁଥିବା ବେଳେ ସୁଅରେ ଭାସି ହୋମ ପାଇପ୍ ଭିତରେ ଲାଖି ଯାଇଥିଲେ..! ସମସ୍ତ ଉଦ୍ୟମ ସତ୍ତ୍ୱେ ବୃଦ୍ଧ ବାପାଙ୍କୁ ଆଖି ସମ୍ମୁଖରେ ଦେଖି ସୁଦ୍ଧା କିଛି କରି ପାରିନଥିଲେ ପୁଅ..! ଗ୍ରାମବାସୀ ପହଞ୍ଚି ବୃଦ୍ଧଙ୍କୁ ହୋମପାଇପରୁ ବାହାର କରିବା ବେଳେ ଶବଟି ପୁଣି ନଦୀର ପ୍ରଖର ସ୍ରୋତ ରେ ଭାସିଯାଇଥିବା ବେଳେ ଏଯାଏଁ ଖୋଜି ଖୋଜି ପାଇ ନାହାଁନ୍ତି..! ସୂଚନା ମୁତାବକ ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ମନ୍ତ୍ରୀଙ୍କ ଦ୍ଵାରା ନୂତନ ପୋଲ ପାଇଁ ଭୂମି ପୂଜା କରି ପ୍ରଶାସନ ଭୁଲି ଯାଇଛି, ମନେ ନାହିଁ..! ଠିକ୍ ବର୍ଷେ ପୂର୍ବରୁ ଏହି ସ୍ଥାନରେ ଜଣେ ମହିଳା ମୃତ୍ୟୁବରଣ କରିଥିଲେ…! ହେଲେ ଏଇଠି ସବୁ ନିଦାବିଷ୍ଣୁ..