ଧାନ ଚାଷ ଜମିକୁ ଦଳି ମକଚି ନଷ୍ଟ କଲେ ହାତୀପଲ

ପାହାଡିଆ ଅଞ୍ଚଳ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି l ଦର୍ଶକ ଏ ବିକଳ ଦୃଶ୍ୟ…

କେନ୍ଦୁଝର : ପାହାଡିଆ ଅଞ୍ଚଳ ମୁଖ୍ୟତଃ ଚାଷ ଉପରେ ନିର୍ଭର କରିଥାନ୍ତି l ଦର୍ଶକ ଏ ବିକଳ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାଲରାଇ ଗ୍ରାମର। ଏବର୍ଷ ଅଳ୍ପ ସ୍ୱଳ୍ପ ବର୍ଷାରେ ଚାଷୀ ମାନେ ବର୍ଷକର ଖାଦ୍ୟ ଯୋଗାଇବା ପାଇଁ ଚାଷ କରିଥିଲେ କିନ୍ତୁ ବନ ବିଭାଗର ଅପାରଗତା ଯୋଗୁଁ ହାତୀ ପଲ ପଶି ଆସି ନଷ୍ଟ କରିଦେଲେ ଚାଷଜମି ଚାଷୀଙ୍କର ଦୁଃଖ ଏଠି ଶୁଣୁଛି କିଏ ଏଠି ଚାଷ ଜମିକୁ ଜଳ ସେଚନ ର ସୁବିଧା ନାହିଁ । ବହୁ କଷ୍ଟେ ମଷ୍ଟେ ବର୍ଷକ ଚଳିବା ପାଇଁ ଚାଷ କରିଥାନ୍ତି ଏଠିକାର ଲୋକେ l ହାତୀ ପଲ ଆସି ଏବେଠାରୁ ଧାନ ଗଛ କୁ ମାଡି ମକଚି ଦେଉଛନ୍ତି l

ବାଲରାଇ ଗାଆଁ ଠାରୁ ମାତ୍ର ଗୋଟେ କିଲୋମିଟର ଦୂର ଫରେଷ୍ଟ ବିଟ୍ ତଥାପି ଗାଆଁରେ ହାତୀ ପଲ ପଶି ଆସୁଛନ୍ତି ହେଲେ ବନବିଭାଗ ଜାଣିପାରୁନି କେମିତି ନା ଜାଣିଶୁଣି ବସିଯାଉଛନ୍ତି । ଏଠି ପ୍ରଶ୍ନ ଉଠିଛି ଗାଆଁ ରେ ହାତୀ ପସିଲାନି ବୋଲି ଇଲେକ୍ଟ୍ରି ଡିପାର୍ଟମେଣ୍ଟ ଜାଣି ଲାଇନ୍ କୁ କାଟିଦେଉଛନ୍ତି କିନ୍ତୁ ବନ ବିଭାଗ କର୍ମଚାରୀ ଜାଣିପାରୁନାହାଁନ୍ତି। ଏପଟେ ବନ ବିଭାଗ କହୁଛି ଯେତିକି ଧାନ ଚାଷ ନଷ୍ଟ ହୁଏ ଚାଷୀ ମାନଙ୍କୁ ଖେତି ପୂରଣ ଦିଆଯାଇଥାଏ କିନ୍ତୁ ଗତ ବର୍ଷ ଏମିତି ଧାନ ଚାଷ ନଷ୍ଟ କରିଥିଲେ ହାତୀପଲ କିନ୍ତୁ ଏ ପର୍ଯ୍ୟନ୍ତ ଚାଷୀଙ୍କୁ ଟଙ୍କାଟିଏ ମିଳିନଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀ। ସେପଟେ ଧାନ କ୍ଷେତକୁ ରକ୍ଷା କରିବା ପାଇଁ ନିଜ ପରିବାର କୁ ମୁଠାଏ ଦାନା ଯୋଗାଇବା ପାଇଁ ଚାଷୀ ନିଜ ଜୀବନକୁ ବିପଦ ରେ ପକାଇ ଗଛ ଉପରେ ମଚା ମାରି ରାତିସାରା ଜଗିବଶିଥାନ୍ତି ଚାଷୀ। ଦେଖିବାକୁ ବାକି ରହିଲା ବନ ବିଭାଗ କର୍ମଚାରୀ କେବେ ତତ୍ପର ହୋଇ ଏଥିପ୍ରତି ଦୃଷ୍ଟି ଦେବେ ବନ ବିଭାଗ l