ସାମନାଳୀ ତଳସାହିରେ ଗଜଲକ୍ଷ୍ମୀ ପୂଜା ପାଳିତ
ଗ୍ରାମବାସୀଙ୍କ ପ୍ରଚେଷ୍ଟା ରେ ପୂଜା କାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ ହୋଇଥିଲା…..
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସାମନାଳୀ ତଳସାହିରେ ମା ଗଜଲକ୍ଷ୍ମୀ ଙ୍କର 12 ତମ ପୁଜୋତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଅଛି ଆକର୍ଷଣୀୟ ମେଢ଼ ସହିତ ମହିଳା ମାନଙ୍କ ଦ୍ୱାରା ହରିନାମ ସଂକୀର୍ତ୍ତନ ଏହାର ମୁଖ୍ୟ ଆକର୍ଷଣ ଥିଲା ସବୁ ବର୍ଷ ପରି ଏବର୍ଷ ମଧ୍ୟ ଗ୍ରାମବାସୀ ଙ୍କ ସହାୟତାରେ 6 ଦିନ ଧରି ଶହଶହ ଭକ୍ତଙ୍କୁ ଅନ୍ନ ପ୍ରାସାଦ ର ବ୍ୟବସ୍ଥା କରାଯାଇଥିଲା ଶୁକ୍ରବାର ଉଦଯାପନୀ ଉତ୍ସବ ରେ ମାଙ୍କ ଭୋଗଲଡୁ ନିଲାମ କରାଯାଇଥିଲା
ପରିଶେଷରେ ବିସର୍ଜନ ଉତ୍ସବ ମଧ୍ୟ ଖୁବ ଯାକଜମକ ରେ ଆୟୋଜନ କରାଯାଇଥିଲା ପୂଜା କମିଟି ର ସଭାପତି ଅମ୍ରିତ ମହାନ୍ତ, ସମ୍ପାଦକ ହରିହର ମହାନ୍ତ, ପୂର୍ଣଚନ୍ଦ୍ର ମହାନ୍ତ, ରଞ୍ଜନ ମହାନ୍ତ ସନ୍ତୋଷ ବେହେରା, ବୀରବର ମହାନ୍ତ, ପରେଶ୍ୱର ନାୟକ, ରୋହିତ କୁମାର ମହାନ୍ତ ଏବଂ ସମସ୍ତ ଗ୍ରାମବାସୀଙ୍କ ପ୍ରଚେଷ୍ଟା ରେ ପୂଜା କାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ ହୋଇଥିଲା