ଦିନିକିଆ କେନ୍ଦୁଝର ଗସ୍ତରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍

ପୂର୍ବତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ…..

କେନ୍ଦୁଝର : ମହାମହିମ ଜନମଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ସଦର ବିଧାୟକ ମୋହନ ମାଝି ଉପସ୍ଥିତ ଥିଲେ । ରାଜ୍ୟପାଳ ବିଦ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ସଭାରେ ସଭାପତିତ୍ବ ସୁବର୍ଣ ଜୟନ୍ତୀ ସମାରୋହ କମିଟିର ସଭାପତି ଦୁର୍ଯ୍ୟୋଧନ ସାହୁ କରିଥିବା ବେଳେ, କାର୍ଯ୍ୟକ୍ରମରେ ଛାତ୍ର,ଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗ ଦେଇଥିଲେ ।

ଛୋଟ ପିଲା ତଥା ଛାତ୍ରଛାତ୍ରୀମାନଙ୍କର ଖୁସି ଓ ଆନନ୍ଦ ସଦାସର୍ବଦା ଚିରସ୍ଥାୟୀ ହେବା ଆବଶ୍ୟକ ବୋଲି କହିଥିଲେ ରାଜ୍ୟପାଳ । ଏହି ବିଦ୍ୟାଳୟର ଭିତ୍ତିଭୂମିକୁ ଅଧିକ ଉପଯୋଗୀ କରିବାକୁ ରାଜ୍ୟ ସରକାର ଅଧିକ ୨ କୋଟି ଟଙ୍କା ମଞ୍ଜୁର କରିବାକୁ ଦାବି କରିଥିଲେ ସଦର ବିଧାୟକ ମୋହନ ଚରଣ ମାଝୀ ।