ହରିଚନ୍ଦନପୁର : ଯୁବକ ର ଗୁପ୍ତାଙ୍ଗ କାଟିବା ଘଟଣା,, ମହିଳାଙ୍କୁ ୭ ବର୍ଷ ଜେଲ
ସୂଚନା ଅନୁଯାୟୀ ହରିଚନ୍ଦନପୁର ଥାନା ନୂଆଗାଁ ଗ୍ରାମରେ ଘଟିଯାଇଥିଲା ଏକ ଅମାନୁଷିକ କାଣ୍ଡ……
କେନ୍ଦୁଝର : ଜଣେ ଯୁବକଙ୍କ ଗୁପ୍ତାଙ୍ଗ କାଟିବା ଘଟଣାରେ କେନ୍ଦୁଝର ସିଜେଏମ ରଞ୍ଜୁଲତା ଲେଙ୍କା ଜଣେ ମହିଳାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୧୦ ହଜାର ଟଙ୍କା ଜରିମାନା ଆଦାୟ ଆଦେଶ ଦେଇଛନ୍ତି ! ସୂଚନା ଅନୁଯାୟୀ ହରିଚନ୍ଦନପୁର ଥାନା ନୂଆଗାଁ ଗ୍ରାମରେ ଘଟିଯାଇଥିଲା ଏକ ଅମାନୁଷିକ କାଣ୍ଡ ! ୨୦୧୮ ମସିହା ନଭେମ୍ବର ୭ ତାରିଖ ବିଳମ୍ବିତ ରାତ୍ରିରେ ଘଟଗାଁ ବ୍ଲକ ପଣ୍ଡାପଡ଼ା ଥାନା ଝାରବେଡା ଗ୍ରାମର ଅଭିମନ୍ୟୁ ନାଏକ ଙ୍କ ପୁଅ ରାଜେନ୍ଦ୍ର ନାଏକ ୨୪ ବର୍ଷ ଙ୍କୁ ନୂଆଗାଁ ଗ୍ରାମର କମଳା ପାତ୍ର ୨୬ ବର୍ଷ ଘରକୁ ଡକାଇଁ ମଦ ପିଆଇ ନିଶାଗ୍ରସ୍ତ କରାଇଥିଲେ ! ପରେ ନିଶାରେ ଚୁର ଥିବା ରାଜେନ୍ଦ୍ର ରଗୁପ୍ତାଙ୍ଗ କୁ ଧାରୁଆ ବ୍ଲେଡ ସାହାଯ୍ୟରେ କାଟି ଦେଇଥିଲେ !
ଘଟଣା ପରେ ରକ୍ତ ଜୁଡୁ ବୁଦୁ ହୋଇ ରାଜେନ୍ଦ୍ର ଚିତ୍କାର କରୀ କମଳା ର ଘରୁ ବାହାରି ଧାଇଁ ଆସିଥିଲେ ! ସ୍ତାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରୀ ପ୍ରଥମେ ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ! ପରେ ଅବସ୍ଥା ସଂକତାପନ୍ନ ହେବାରୁ କେନ୍ଦୁଝର ଓ ସେଠାରୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା !
ଘଟଣା ସମ୍ବନ୍ଧରେ ରାଜେନ୍ଦ୍ର ର ବାପା ଅଭିମନ୍ୟୁ ହରିଚନ୍ଦନପୁର ଥାନା କେଶ ନମ୍ବର ୧୧୧ /୨୦୧୮ ରେ ଏକ ଲିଖିତ ଅଭିଯୋଗ କଲା ପରେ ପୋଲିସ କମଳା କୁ ଗିରଫ କରୀ କୋର୍ଟ ଚାଳାଣ କରିଥିଲେ ! ଆଜି ଏହି ମାମଲା ର ଶୁଣାଣି କରୀ କେନ୍ଦୁଝର ସି ଯେ ଏମ ରଞ୍ଜୁଲତା ଲେଙ୍କା ଆଶାମୀ କମଳା ପାତ୍ର ଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦାୟ ର ରାୟ ଶୁଣାଇଛନ୍ତି ! ଜରିମାନା ଅନାଦେୟ ବାବଦକୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଏହି ରାୟରେ ସି ଯେ ଏମ ଶ୍ରୀମତୀ ଲେଙ୍କା ପ୍ରକାଶ କରିଛନ୍ତି ! ସରକାରଙ୍କ ପକ୍ଷରୁ ଏପିପି ଅଶୋକ କୁମାର ଦାସ ମାମଲା ପରିଚଳନ କରୁଥିଲେ !