କେନ୍ଦୁଝର: କମ୍ପାନୀର କାର୍ଯ୍ୟ ହେଲା ବିନାଶ କାଳେ ବିପରୀତ ବୁଦ୍ଧି ହଁ ଆଜ୍ଞା ଆମେ ଏମିତି କିଛି କମ୍ପାନୀ ନାଁ ରେ କହିବାର ମାନେ ହେଲା ଜେ ଏସ ଡବ୍ଲୁ କମ୍ପାନୀ ସରକାରୀ ଅନୁଦାନ କାର୍ଯ୍ୟ କୁ ନିଜ ନାଁ ରେ କରିବା ଉଦ୍ଦେଶ୍ୟ ଏବେ ସର୍ବସାଧାରଣଙ୍କ ଆଗରେ ଧରା ପଡ଼ି ଯାଇଛି।ଯାହା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲା କୁ ଜେ .ଏସ .ଡବ୍ଲୁ କମ୍ପାନୀ ମନୋମୁଖୀ ଶାଶନ ଚଲେଇବା ସହ ଆଦିବାସୀ ମାନଙ୍କୁ ଭୁଆଁ ବୁଲାଉଛି।ଲୋଇଡାପଦା ପାଞ୍ଚାୟତ ସ୍ଥିତ ଟୋପାଡ଼ିହି ଗ୍ରାମରେ ଚେକ ଡ୍ୟାମ ଗୁଡିକ ୭,୮ ବର୍ଷ ପୂର୍ବେ ସରକାର ତିଆରି କରିଛନ୍ତି, ହେଲେ ଏହି ପ୍ରକଳ୍ପ ଜେ. ଏସ.ଡୋବ୍ଲୁ କମ୍ପାନୀ କରିଛି ବୋଲି ତାର ପରିବେଶ ମଞ୍ଜୁରୀ ସତ୍ୟପାଠ ରେ ଦର୍ଶାଇଛି ।ଆଶ୍ଚର୍ଯ୍ୟ ର କଥା ହେଲା ଯେ ଜନଶୁଣାଣୀ ଅଗାମୀ ୧୫ /୧୧/୨୦୨୨ ରେ ଥିବାବେଳେ କମ୍ପାନୀ ବିନା କୌଣସି ମଞ୍ଜରୀ ରେ ତାର ପ୍ଲାଣ୍ଟ ର ନିର୍ମାଣ କାର୍ଯ୍ୟ କିପରି ଆରମ୍ଭ କରିସାରିଛି।ଏ ନେଇ କମ୍ପାନୀ ଏବଂ ପ୍ରଶାସନ ମଧ୍ୟରେ ଭିତିରି ବୁଝାମୁଣା ସାରିଯାଇଛି କି??
କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଗୁଆଲି ଏବଂ ଲୋଇଡାପଦା ପାଞ୍ଚାୟତ ସାଧାରଣ ଜନତା ଙ୍କ ମଧ୍ୟରେରେ ଜେ. ଏସ.ଡ ବ୍ଲୁ କମ୍ପାନୀ ବିରୋଧ ରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତସ। ଜେ. ଏସ.ଡୋବ୍ଲୁ କମ୍ପାନୀ ର ବିକାଶ କେବଳ କାଗଜ କୋଲମରେ ସୀମିତ ରହିଛି।ବାସ୍ତବରେ ଗ୍ରାଉଣ୍ଡ 0 ରେ ଦୃଶ୍ୟ ପୁରା ଓଲଟା।ଲୋଇଡାପଦା ଏବଂ ଗୁଆଲି ପଞ୍ଚାୟତ ଅଧୀନରେ ରେ କମ୍ପାନୀ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେଉଥିବା ଗ୍ରାମ ବୋରପଦା,ପାଣ୍ଡୁଲିପସି, କେନ୍ଦୁଡ଼ିହି କାଟେସାହି,ଭୂୟାଁରୋଡ଼କଳା , କୋହ୍ଲରୋଡ଼କଳା ଠାରେ ଆଦିବାସୀ ଲୋକଙ୍କ ମୌଳିକ ସୁବିଧା ନିମନ୍ତେ କମ୍ପାନୀ ତରଫରୁ ଗୋଟିଏ ହେଲେ ଉର୍ଣ୍ଣତିମୂଳକ ପଦକ୍ଷେପ ନିଆଯାଇନାହିଁ।କମ୍ପାନୀ ଓଲଟା ଆଦିବାସୀ ଲୋକଙ୍କ ଜମି ଛଡ଼େଇନେବା ପାଇଁ କୁଂଚକ୍ରାନ୍ତ ଚଳାଉଛି।ଶୁଣନ୍ତୁ ଗ୍ରାମ ବାସୀ ଙ୍କ ପ୍ରତିକ୍ରିୟା।