ହୋ ସମାଜ ସେୟାଁ ମାର୍ଶାଲ ସାଗମ୍ ଆକଳା ସଂଗଠନର ବାର୍ଷିକ ଉତ୍ସବ

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ର ୧୫ଗୋଟି ଗ୍ରାମକୁ ନେଇ ଗଠିତ ହୋଇଥିବା ହୋ ସମାଜ ସେୟାଁ ମାର୍ଶାଲ ସାଗମ୍ ଆକଳା ସଂଗଠନର ବାର୍ଷିକ ଉତ୍ସବ ନତସିଂହପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଭଗବାନ ବିର୍ସା ମୁଣ୍ତା ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅଲଇଣ୍ତିଆ ହୋ ଲାଙ୍ଗୁଏଜ ଆକ୍ସନ କମିଟିର ନେସନାଲ ସଭାପତି ରାମରାୟ ମୁଦୁୟା,ଜୀବନ ସିଂ,ଗୋବର୍ଦ୍ଧନ ସରପଞ୍ଚ ସଞ୍ଜୟ ହାଁସଦ,ଶୁଆକାଟି ସମାଜସେବୀ ଦୁଃଖବନ୍ଧୁ ବାଲମୁଚୁ,ଜୀବନସିଂ ମୁଦୁୟାଁ ପ୍ରମୁଖ ଉପସ୍ଥିତଥିଲେ।

ହୋ ପରାମ୍ପରା କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗୀତା ହୋଇଥିଲା। ଏଥିରେ ସଂଙ୍ଗୀତରେ ଡିମିରିଡିହା ଗ୍ରାମର ସାବିତ୍ରୀ ତିରିଆ,କୁଇଜରେ ଅଞ୍ଜନା ଚାମ୍ପିଆ ପ୍ରଥମ,ବିସ୍ତାପାଳ ଗାଳାସାହିର ରଶ୍ମି ମୁଣ୍ତା,ଦ୍ବିତୀୟ ଆନନ୍ଦପୁର ଅଞ୍ଚଳର ଭବିଶ୍ୟତ ଚାମ୍ପିଆ,ତୃତୀୟ ସ୍ଥାନ ଲାଭ କରି କୃତୀତ୍ବ ଲାଭ କରିଥିବା ସମସ୍ତଙ୍କୁ ସମ୍ମାନୀତ କରାଯାଇଥିଲା।ପଞ୍ଚାୟତ ମଧ୍ୟରେ ପ୍ରତ୍ୟେକ ଆଦିବାସି ଭାଇ ଓ ଭଉଣୀ ଙ୍କ ମଧ୍ୟରେ ଲୁଚିରହିଥିବା ଭଲ ପ୍ରତିଭା ତଥା କଳା ନୃତ୍ୟ,ଗୀତ,ଗାଳ୍ପିକ,ଫୁଟବଲ ଖେଳ,ପାଠ,ହୋ ବଇଦ ସମ୍ମାନୀତ ହୋଇଥିଲେ । ରତନପୁର ଗ୍ରାମର ହୋ ଚଳଚିତ୍ର ନିର୍ମାଣ କରିଥିବାରୁ କଳାକାର ମାନଙ୍କୁ ସମ୍ମ‍ାନୀତ କରାଯାଇଥିଲା।

ହୋ ସମାଜ ସେଆଁ ମାର୍ଶାଲ ସାଗମ୍ ଆକଳା ନରସିଂହପୁର ପଞ୍ଚାୟତ କମିଟିର ସଭାପତି ରଘୁନାଥ ଲାଗୁରୀ,ଉପସଭାପତି ନଗେନ୍ଦ୍ର ବାଙ୍କିରା,ସଂମ୍ପାଦକ ଦୁର୍ଯ୍ୟୋଧନ ସଏ,ଉପସଂମ୍ପାଦକ ଗଗ୍ମାରାମ ଚାମ୍ପିଆ,ଟ୍ରେଜର ବାସୁଦେବ ବାଙ୍କିରା,ଆସିଷ୍ଟାଣ୍ତ ଇସଲାଲ ଗାଗରାଇ,ପଞ୍ଚାୟତ ଦେହରୀ ବାଇଧର ଗାଗରାଇ,ପ୍ରଚାରକ ଜିତେନ୍ଦ୍ର ଚାମ୍ପିଆ,ଆଡଭାଇଜର ଜୟରାମ ବାଙ୍କିରା,ଜୟସିଂ କେରାଇ,ମୁକୁନ୍ଦ ଲୁଗୁନ,ସୁଦର୍ଶନ ସଏ,ସୁରେନ୍ଦ୍ର ବାଙ୍କିରା,ଅଫିସର ସଏ,କୃଷ୍ଣଚନ୍ଦ୍ର ଖୁଣ୍ଟିଆ,କୁଆଁର ବାଙ୍କିରା,କୁନ୍ଦୁଲୁ ମୁଣ୍ତା,ସତ୍ୟଜିତ ଲାଗୁରୀ,ଆଦିକନ୍ଦ ସଏ,ବିଦ୍ୟାଧର ସଏ,ଚନ୍ଦ୍ରମୋହନ ବାଙ୍କିରା,ବିଜୟ ଜାମୁଦା,ମୁଚୁଲାମ ବାଙ୍କିରା,ସେଲାଇ ତିରିଆ,ସନାତନ ବାଲମୁଚୁ ପରିଚାଳନାରେ ସହଯୋଗ କରିଥିଲେ।