ଜମି ଚାଲିଗଲେ ଜୀବିକା ହରାଇବୁ; ଦିର୍ଘ ୬୦ବର୍ଷ ଚାଷ କରୁଥିବା ଜମିକୁ ପାର୍କ ନିର୍ମାଣ ପାଇଁ ଚିହ୍ନଟ
ପ୍ରତିବାଦରେ ଜିଲ୍ଲାପାଳ ଙ୍କୁ ଭେଟିଲେ ଚାଷୀ ଓ ଜନପ୍ରତିନିଧି
ନିଷ୍ପତି ପରିଵର୍ତ୍ତନ ଦାବି..
କେନ୍ଦୁଝର: ବାଂଶପାଳ ବ୍ଲକ ଗୋନାସିକା ଗ୍ରାମରେ ସରକାର ଙ୍କ ପକ୍ଷରୁ ପାର୍କ ନିର୍ମାଣ ପାଇଁ ତହସିଲଦାର ଓ ବିଡିଓ ଚିହ୍ନଟ କରିଥିବା ୩୯୨-ପ୍ଲଟ କୁ ଆଜି ଚାଷୀଗଣ ସମେତ ସରପଞ୍ଚ ସମେତ ସମିତିସଭ୍ୟ ଏହାକୁ ବିରୋଧ କରି କେନ୍ଦୁଝର ଜିଲ୍ଲାପାଳ ଙ୍କୁ ମିଳିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁସାରେ’ଗୋନାସିକା ଗ୍ରାମର ମଦନ ପାତ୍ର,ତ୍ରିନାଥ ପାତ୍ର,ଲୋକନାଥ ପାତ୍ର,ରଣଜିତ ପାତ୍ର ଅନୁସୂଚିତ ଜାତି ସଂପ୍ରଦାୟର ଚାଷୀମାନେ ଦିର୍ଘ ୬୦ବର୍ଷ ହେଲାଣି ଅଧିଗ୍ରହଣ କରିଥିବା ଜଙ୍ଗଲ ଜମିରେ ଧାନଚାଷ କରି ଜୀଵିକା ନିର୍ବାହ କରିଆସୁଛନ୍ତି।
ତେବେ ଗତକାଲି ହଠାତ୍ ଏହି ଜମିକୁ ଅଧିଗ୍ରହଣ କରିଥିବା ଚାଷୀ ଙ୍କୁ ନଜଣାଇ ବାଂଶପାଳ ତହସିଲଦାଲ ଓ ଆର୍ ଆଇ କାର୍ଯ୍ୟନେବାକୁଥିବା ଠିକାଦାର ପାର୍କ ନଚେତ କଲ୍ୟାଣ ମଣ୍ତପ କରାଯିବାକୁ ଜମି ଚିହ୍ନଟ କରିଥିଲେ। ଫଳରେ ଏହି ପ୍ରକ୍ରିୟା କୁ ଚାଷୀଗଣ ଙ୍କ ମଧ୍ୟ୍ୟରେ ତୀବ୍ର ଅସନ୍ତୋଷ ପ୍ରକଶ ପାଇଛି। ଏଥିସହ ଏହି ଜମି ରେ ପାର୍କ କିମ୍ବା କଲ୍ୟାଣ ମଣ୍ତପ ନିର୍ମାଣ କରାଗଲେ ଜୀବିକା ହରାଇ ବହୁ ଅସୁବିଧାର ସମ୍ମୁଖିନ ହେବୁ ବୋଲି ଜଙ୍ଗଲ ଜମି ଅଧିଗ୍ରହଣ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଏହାକୁ ଗୋନାସିକା ସରପଞ୍ଚ ଜେମାମଣୀ ଜୁଆଙ୍ଗ ସମିତିସଭ୍ୟ କୃଷ୍ଣ ଜୁଆଙ୍ଗ ମଧ୍ୟ ବିରୋଧ କରିଛନ୍ତି। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପରେ ଘଟଣା ସଂମ୍ପର୍କରେ ତଦନ୍ତ କରିବାକୁ କହିଛନ୍ତି। ତୁରନ୍ତ ଏହି ଦିଗରେ ଜିଲ୍ଲାପ୍ରଶାସନ ପଦକ୍ଷେପ ଗ୍ରହଣ କରି ନିଷ୍ପତି ପରିବର୍ତ୍ତନ କରିଵାକୁ ଚାଷୀଗଣ ଦାବି ଜଣାଇଛନ୍ତି।