ସିରାଜୁଦ୍ଦିନ୍ କମ୍ପାନୀ ଉପରେ ଆୟକର ଚଢାଉ; ଦେଖନ୍ତୁ ଭିଡ଼ିଓ..

ଭୁବନେଶ୍ୱରରେ ଥିବା ଦୁଇଟି କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଜାରି..

କେନ୍ଦୁଝର,(ସାକ୍‌ସୀ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲାର ବଳଦା, କାଳୀମାଟି ସିରାଜୁଦ୍ଦିନ୍ ଖଣି କମ୍ପାନୀରେ କେନ୍ଦ୍ରୀୟ ଆୟକର ବିଭାଗର ଚଢାଉ। ଆଜି ସକାଳୁ କେନ୍ଦୁଝର ସହର ସ୍ଥିତ ଏହାର ଖଣି କାର୍ଯ୍ୟାଳୟ ସମେତ ଯୋଡ଼ା, ବଡ଼ବିଲ ଓ କୋଲକାତା କାର୍ଯ୍ୟାଳୟରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।

ଆୟକର ବିଭାଗର ୪ଟି ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛନ୍ତିସୂଚନାନୁଯାୟୀ, ଆୟକର ବିଭାଗ ସ୍ଥାନୀୟ ପୋଲିସ ସହଯୋଗରେ ଚଢ଼ାଉ କରିଛି । କେନ୍ଦୁଝର ଠାରେ ଥିବା ବାସଭବନ ସହିତ ଅଫିସ ଓ କଲ୍ୟାଣ ମଣ୍ଡପରେ ମଧ୍ୟ ମୁଖ୍ୟ ଫାଟକ ବନ୍ଦ ରଖି ଆୟକର କର୍ମଚାରୀ କାଗଜପତ୍ର ଯାଞ୍ଚ କରୁଥିବା ସୂଚନା ମିଳିଛି। ଭୁବନେଶ୍ୱରରେ ଥିବା ଦୁଇଟି କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ ଜାରି ରହିଛି। ବଡ଼ବିଲ ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ।