ସଡ଼କ ଦୁର୍ଘଟଣା ରେ କେନ୍ଦୁଝର ଜିଲ୍ଲା ଜଣେ ଭଦ୍ର ବ୍ୟକ୍ତିଙ୍କ ମୃତ୍ୟୁରେ ଶୋକର ଛାୟା

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି…

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତ ରେ ଜଣେ ଜଣାଶୁଣା ବ୍ୟକ୍ତି ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ ର ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଯୋଗ୍ୟ ଭଦ୍ରାସାହି ପଞ୍ଚାୟତ ଟଣ୍ଟ ଗ୍ରାମର ଅଜୟ ମୁଣ୍ଡା ନରଭେରାମ ଷ୍ଟିଲ ପାୱର ଲିମିଟେଡ଼ ର ଏକ କେ-ଏଲ-ଟି କଣ୍ଟ୍ରାକ୍ଟର ଅଧୀନରେ କାର୍ଯ୍ୟ କରୁଥିବା ବେଳେ କୌଣସି କାର୍ଯ୍ୟ ପାଇଁ ବାଇକ ଯୋଗେ ଭଦ୍ରାସାହି ରୁ ଟଣ୍ଟ ଆସୁଥିବା ବେଳେ ଝାଡ଼ଗାଁ ଛକ ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥ ରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଥିଲା

ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ଆସି ଅଜୟ ମୁଣ୍ଡା କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଅଜୟ ମୁଣ୍ଡା ପରିସ୍ଥିତି ଗମ୍ଭୀର ହେବାରୁ କଟକ ବଡ଼ ମେଡ଼ିକାଲ ପଠାଯାଇଥିଲା ସେଠି ମୃତ୍ୟୁ ହୋଇଥିଲା ଖବର ଆସିବାରୁ ଭଦ୍ରାସାହି ର ଟଣ୍ଟ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।