କେନ୍ଦୁଝର ଜିଲ୍ଲା ପ୍ରଦୀପ କୁମାର ରାଉତ ସାହାର୍ଯ୍ୟର ହାତ ବଢାଇଛନ୍ତି
ଶିଶୁର ପିଠିରେ ଗୋଟିଏ ଆବୁ ହେଇଥିଲା ଯାହା ଦୁର୍ଭାଗ୍ୟ ବଶତଃ ଗତକାଲି ରାତିରେ ଫାଟି ଯାଇଛି….
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ରାଇସୁଆଁ ଗ୍ରାମପଞ୍ଚାୟତର ପ୍ରଦୀପ କୁମାର ରାଉତଙ୍କ ୬ମାସର ଶିଶୁର ପିଠିରେ ଗୋଟିଏ ଆବୁ ହେଇଥିଲା ଯାହା ଦୁର୍ଭାଗ୍ୟ ବଶତଃ ଗତକାଲି ରାତିରେ ଫାଟି ଯାଇଛି । ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ତାକୁ ଅପରେସନ କରିବା ପାଇଁ ପରାମର୍ଶ ଦେଇଛନ୍ତି । କିନ୍ତୁ ପ୍ରଦୀପ କୁମାର ରାଉତଙ୍କ ପାଖରେ ବର୍ତ୍ତମାନ ଆବଶ୍ୟକୀୟ ଅର୍ଥରାଶି ନଥିବା ହେତୁ ସେ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ତେଣୁ ଆପଣମାନଙ୍କୁ ବିନମ୍ର ଅନୁରୋଧ, ସାମର୍ଥ୍ୟ ଅନୁଯାୟୀ ସାହାର୍ଯ୍ୟର ହାତ ବଢାଇ ଶିଶୁଟିର ଦୀର୍ଘାୟୁ କାମନା କରନ୍ତୁ ।