କେନ୍ଦୁଝରଗଡ଼ ବଜାର ଏବେ ସାରା ଛତୁ

କେନ୍ଦୁଝର ଜିଲ୍ଲା ରେ ଯୋଡ଼ା, ବଡ଼ବିଲ, ରିମୁଲି, ଚମ୍ପୁଆ, ଆଦି ବଜାର ରେ….

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରେ ଯୋଡ଼ା, ବଡ଼ବିଲ, ରିମୁଲି, ଚମ୍ପୁଆ, ଆଦି ବଜାର ରେ ଦେଖିବାକୁ ମିଳିଛି ଛତୁ ତ ଛତୁ ପୁଣି ଦେଶୀ ଛତୁ ।କେନ୍ଦୁଝରଗଡ଼ ବଜାର ସାରା ଛତୁ ଏବେ । ପାଗ ଯୋଗ ଦେଖି ଏସବୁ ଫୁଟେ ବଣ ପାହାଡ଼ ପର୍ବତ,ଜଙ୍ଗଲ, ବିଲବାଡିରେ । ରୁଟୁକା, ବାଲି, ବିହୁଡୁଣି, ପର୍ବାଣୀ, ପାଳ,ମଣ୍ଡା,ଆଣ୍ଠୁଆ, ପତରିଆ, ଅଙ୍ଗାରୁଆ, ପିଚଭାନୁ ଆଦି ଏସବୁ କେନ୍ଦୁଝରର ଦେଶୀ ଛତୁ । ଚାହିଦା ବହୁତ ମୁଖ୍ୟତଃ ଆଦିବାସୀ ମୂଳ ଲୋକ ହିଁ ବିକୁ ଥିଲେ । ସେମାନେ ଜାଣନ୍ତି କେଉଁଠି ଏହା ଫୁଟେ ତାଙ୍କୁ ବାସ୍ନା ହୁଏ । ଏହାକୁ ସେମାନେ ଖାଇବା ସହ ବିକ୍ରି କରନ୍ତି । ହେଲେ କିଛି ବର୍ଷ ହେବ ବାହାର ବେପାରୀ ମାନେ ଏମାନଙ୍କୁ ଏକ ରକମ ଲୁଣ୍ଠନ କରି ଛତୁ ଛଡେଇ ନେଉଛନ୍ତି । କେନ୍ଦୁଝରଗଡ଼ ମୁଖ୍ୟ ବଜାର ଏବେ ବେପାରୀଙ୍କ କବଜାରେ କିଲୋ ଦଣ୍ଡି ଧରି ବେପାରୀ ଛତୁ ବିକେ । ଏମାନେ ଜାଣନ୍ତି ନାହିଁ ଛତୁ କେଉଁଠି ଫୁଟି ଥିଲା ଆଉ ଏସବୁ ବିଷାକ୍ତ କି ନୁହେଁ । ଏପରିକି ଛତୁ ଫ୍ରିଜରେ ରଖି ବିକୁଛନ୍ତି।ଏହି ଛତୁ ନେଇ ଆଦିବାସୀ ମାନେ ବିକ୍ରି କରି ଭରଣ ପୋଷଣ ହୁଅନ୍ତି।ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।