ଗୁମୁରା ଠାରେ ମ୍ୟାଜିକ ବସ ର ଜୀବିକା ମେଳା ଅନୁଷ୍ଠିତ l

ମ୍ୟାଜିକ ବସ ର ପ୍ରୋଗ୍ରାମ ମ୍ୟାନେଜର ଅଜୟ କୁମାର ନାଏକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ…..

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ର ଗୁମୁରା ପଂଚାୟତ ଠାରେ କାର୍ଯ୍ୟ କରି ଆସୁଥିବା ଜାତୀୟ ସ୍ତରୀୟ ଅନୁଷ୍ଠାନ ମ୍ୟାଜିକ ବସ ଆନୁକୂଲ୍ୟରେ ମିଶନ ଶକ୍ତି ଗୃହ ପରିସରରେ ପଂଚାୟତ ସ୍ତରୀୟ ଜୀବିକା ମେଳା ଅନୁଷ୍ଠିତ ହୋଇଯାଇଅଛି l ମ୍ୟାଜିକ ବସ ର ପ୍ରୋଗ୍ରାମ ମ୍ୟାନେଜର ଅଜୟ କୁମାର ନାଏକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଗୁମୁରା ପଂଚାୟତ ର ବିଭିନ୍ନ ରାଜସ୍ବ ଗ୍ରାମ ରୁ ଚାରିସହ ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମନେ ଉକ୍ତ ମେଳା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଓ ସେମାନଙ୍କ ହାତ ରେ ପ୍ରସ୍ତୁତ ସାମଗ୍ରୀ ମାନ ବିଭିନ୍ନ ସ୍ଟଲ ମାଧ୍ୟମ ରେ ପ୍ରଦର୍ଶିତ କରିଥିଲେ l ମୁଖ୍ୟ ଅତିଥି ଭାବେ ସମ୍ୱନ୍ୱିତ ଆଦିବାସୀ ବିକାଶ ସଂସ୍ଥା ର ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଜୟଶ୍ରୀ ମଲିକ, ବରିଷ୍ଟ ସମାଜସେବୀ ଭକ୍ତବତ୍ସଲ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ l