ପ୍ରତିଷ୍ଠିତ ଜିନ୍ଦଲ ଜେ-ଏସ- ପି -ଏଲ କମ୍ପାନୀ ର ମନ ମୁଖୀ ଶାଶନ

କେନ୍ଦୁଝର ଜିଲ୍ଲାରେ ବଡ଼ବିଲ ତହସିଲ ଅନ୍ତର୍ଗତ କାଶିଆ ଗ୍ରାମର ରେ ପ୍ରତିଷ୍ଠିତ ଜିନ୍ଦଲ ଜେ-ଏସ- ପି -ଏଲ କମ୍ପାନୀ ର ମନ ମୁଖୀ ଶାଶନ ଦେଖିବାକୁ ମିଳିଛି। ଜିନ୍ଦଲ କମ୍ପାନୀ ସ୍ଥାନୀୟ କାଶିଆ ଗ୍ରାମବାସୀ କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ଏଠି ପାଣି ରଗାର ଜଣା ପଢ଼ିଛି। କେନ୍ଦୁଝର ଜିଲ୍ଲାର ନାମୀ ଦାମୀ କମ୍ପାନୀ କହିଲେ (ଜେ-ଏସ-ପି-ଏଲ) ଜିନ୍ଦଲ କମ୍ପାନୀ ଯାହା କାଶିଆ ଗ୍ରାମରେ ପ୍ରତିଷ୍ଠିତ।ଆଜି ଗେଟ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ଧାରଣା ଓ ପ୍ରତିବାଦ। ବିସ୍ଥାପିତ, ସ୍ଥାନୀୟ ଅଞ୍ଚଳର ଶହ ଶହ ବେକାର ଯୁବକ ଓ ମହିଳା ମାନେ ଏକତ୍ର ହୋଇ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଯିଏ କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ ରେ ମୁଖ୍ୟ ନେତୃତ୍ୱ ନେଇଥିଲେ ପୂର୍ବରୁ ସେମାନେ ନିଜ ନିଜ ର ସମ୍ପ୍ରତି ଦି ଗୁଣ କରିବା ସହ ଗ୍ରାମ ବାସୀ କଥା ବୁଝି ନ ଥିଲେ।କାଶିଆ ଗ୍ରାମର କୁଜି ନେତା ପରିଚୟ ଦେଇ ଜେ-ଏସ-ପି-ଏଲ ଜିନ୍ଦଲ କମ୍ପାନୀ ସେହି ମାନଙ୍କୁ ଡାକି ଟ୍ରାନ୍ସପୋଟିଂ ଦେବା ସହ ତାଙ୍କ ନିଜର ସମ୍ପର୍କୀୟ ମାନଙ୍କୁ ଚାକିରୀ ଦେବା ସହ କମ୍ପାନୀ ସ୍ଥାନୀୟ ଲୋକମାନଙ୍କୁ ମିଥ୍ୟା ପ୍ରତିଶୃତି ଦେଇଥିବା ଦେଖିବାକୁ ମିଳିଛି କାଶିଆ ଗ୍ରାମର ଜେ-ଏସ-ପି-ଏଲ ଜିନ୍ଦଲ କମ୍ପାନୀ ବିରୁଦ୍ଧରେ ଶତାଧିକ ମହିଳା ମାନେ ନେତୃତ୍ବରେ ବହୁ ସଂଖ୍ୟକ ଶ୍ରମିକ, ବିସ୍ଥାପିତ, ସ୍ଥାନୀୟ ଅଞ୍ଚଳର ବେକାର ଯୁବକ ଓ ମହିଳା ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

କାଶିଆ ଗ୍ରାମରେ ସ୍ଥାନୀୟ ବେକାରୀଙ୍କୁ ନିଯୁକ୍ତି ମିଳୁନାହିଁ, ଭୟଙ୍କର ପ୍ରଦୂଷଣକୁ ରୋକିବା, ପାରିପାର୍ଶ୍ବିକ ଉନ୍ନତି କାର୍ଯ୍ୟ ତ୍ବରାନ୍ବିତ କରିବା, ବିସ୍ଥାପିତ କଲୋନୀର ରାସ୍ତାଘାଟ ଓ ଅନ୍ୟାନ୍ୟ ସମସ୍ୟା ଆଦି ଦୂର କରିବା ଦାବିରେ ଏହି ଧାରଣା ଦିଆଯାଇଛି । ତେବେ କମ୍ପାନୀ ପକ୍ଷରୁ ଜନଶୁଣାଣୀ ମାନଙ୍କରେ ଦିଆଯାଉଥିବା ପ୍ରତିଶୃତି ରକ୍ଷା କରାଯାଉନଥିବା ଏଠାରେ ଦର୍ଶାଯାଇଛି । ଏଥିସହ ଦାବି ପୂରଣ ନହେଲେ ଧାରଣା ଜାରି ରହିବା ସହିତ ମୁଖ୍ୟ ଫାଟକରେ ତାଲା ପଡିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।