ନର୍ଭେରାମ କମ୍ପାନୀ ର ମନମାନିନୀ ଚାଲିବ ନାହିଁ।

ସ୍ୱାସ୍ଥ୍ୟ ସେବା, ପିଇବା ପାଣି ସୁବିଧା କରିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇଛି…..

କେନ୍ଦୁଝର : ନର୍ଭେରାମ କମ୍ପାନୀ ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ଭଦ୍ରାସାହି ପଞ୍ଚାୟତ ଟଣ୍ଟ ଅଞ୍ଚଳରେ ଦେଖିବାକୁ ମିଳିଛି। ବାସ୍ତବରେ ଲୋକମାନେ ନାଇଁ ନଥିବା ଅସୁବିଧା ସମ୍ମୁଖୀନ ହେବାକୁ ପଢୁଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଅନ୍ତର୍ଗତ ଟଣ୍ଟ ଗ୍ରାମରେ ଦେଖିବାକୁ ମିଳିଛି ସ୍ଥାନୀୟ କମ୍ପାନୀ ନୋର୍ଭେରାମ ପାୱାର ଆଣ୍ଡ ଷ୍ଟିଲ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ସ୍ଥାନୀୟ ଆଦିବାସୀ ଙ୍କୁ ସବୁ ଦିନ ପାଣି ଦେବା କଥା କିନ୍ତୁ ଦେଉନାହିଁ। ନୋର୍ଭେରାମ କମ୍ପାନୀ ଯାହା କେ-ଏନ-ରାମ ନାମାରେ ପରିଚିତ ଥିଲା ସ୍ଥାନୀୟ ଲୋକଙ୍କୁ ଜନ ଶୁଣାଣି କରି ସ୍ଥାୟୀ ନିଯୁକ୍ତି, ସ୍ୱାସ୍ଥ୍ୟ ସେବା, ପିଇବା ପାଣି ସୁବିଧା କରିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇଛି ।

ନର୍ଭେରାମ କମ୍ପାନୀ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ନିରୀହ ଆଦିବାସୀ ଙ୍କୁ ଧମକ ଦେଉଛି । ଆଦିବାସୀ ମାନେ ନିଜର ହକ ପାଇଁ ଯାହା କମ୍ପାନୀ ଠାରୁ ପାଇବା କଥା ତାହା ପାଇବାରୁ ବଞ୍ଚିତ ଅଛନ୍ତି। ଯେପରିକି ପ୍ରାଥମିକ ଚିକିତ୍ସା କେନ୍ଦ୍ର , ସ୍କୁଲ ବସ , ପିଇବା ପାଣି , ଆମ୍ବୁଲାନ୍ସ ସୁବିଧା , କ୍ଳବ ଘର , ମହିଳା ସଙ୍ଗଠନ ମାନଙ୍କୁ ତାଲିମ ଓ ସ୍ୱାବଲମ୍ବୀ କିପରି ହେବେ ତାହାପ୍ରତି ଧ୍ୟାନ ଦେବା ।

ନୋର୍ଭେରାମ କମ୍ପାନୀ କୌଣସି ଭି ଉନ୍ନତି ମୂଳକ କାମ ଏ ଅଞ୍ଚଳରେ କରି ନାହିଁ। ଆଜିଭି ଏହି ଗ୍ରାମ ର ଲୋକ ମାନେ ନିଜ ପେଟ ପାଟଣା ପାଇଁଜଙ୍ଗଲ ଉପରେ ନିର୍ଭର କରୁଛନ୍ତି । ସରକାରୀ ପି ଡ଼ି ଏସ ଚାଉଳ ଏକ ମାତ୍ର ତାଙ୍କର ସାହାରା ।