ଭାଲୁ କାମୁଡ଼ାରେ ଜଣେ ମୃତ

ପଦ୍ମପୁର: କେନ୍ଦୁଝର ସଦର ରେଞ୍ଜ ପଳାଶପଙ୍ଗା ପଞ୍ଚାୟତ ତିଆଡିପୋଶି ଗ୍ରାମର ସ୍ବର୍ଗତଃ ଭାଟୁଲୁ ନାଏକଙ୍କ ପୁଅ ବିଦ୍ୟାଧର ନାଏକ(୪୫)ଆଜି ଭୋର ସକାଳେ ଭାଲୁ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି।ଘଟଣାରୁ ପ୍ରକାଶ ଯେ ‘ଆଜି ସେ ଭୋର ସକାଳୁ ବଉଳମାଳ ମଣ୍ତୁଳି ଫିଲ ଜଙ୍ଗଲ କୋଡ ତିଆଡିପୋଶି ଶୌଚ ହେବାକୁ ଯାଇଥିବାବେଳେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ବିଦ୍ୟାଧରଙ୍କ ମୁହଁ  ଏବଂ ବେକକୁ ଭାଲୁ କାମୁଡ଼ି ଲହୁଲୁହାଣ କରିଦେଇ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା। ଘଟଣାସ୍ଥଳରେ ବିଦ୍ୟାଧରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ପଳାସପଙ୍ଗା ଫରେଷ୍ଟର ଜୟକୃଷ୍ଣ ଦାସ ଏବଂ ପଳାସପଙ୍ଗା ବିଟ୍ ଅଧିକାରୀ ମହେନ୍ଦ୍ର କୁମାର ସାହୁ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ପରେ ଶବ ଜବତ କରିବା ସହିତ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।