ଚମ୍ପୁଆ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଚମ୍ପୁଆ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ lଜିଲ୍ଲା ପରିଷଦ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚନା ନାଗ ଙ୍କ କେଳେଙ୍କାରୀ ରେ ପୋଲିସ ନିଷ୍କ୍ରିୟତା ବିରୁଦ୍ଧରେ ବିଜେପି ର ଚମ୍ପୁଆ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଚମ୍ପୁଆ ରାଜ୍ୟରେ ଶାସକ ବିଜୁ ଜନତା ଦଳର ମାଳ-ମାଳ ହତ୍ୟା, ଯୌନ କେଳେଙ୍କାରୀ ଓ ହନିଟ୍ରାପ ବ୍ଲାକ ମେଲିଙ୍ଗ ଭଳି ସଂଗୀନ ଅପରାଧରେ ଜଡିତ ଅପରାଧୀ ନେତା ମନ୍ତ୍ରୀ ବିଧାୟକ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ତେଣୁ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଚମ୍ପୁଆ ଉପ-ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ବିକ୍ଷୋଭରେ ବିଜେପିର ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମୁରଲୀ ମନୋହର ଶର୍ମା ଯୋଗଦେଇ କହିଛନ୍ତି, ବିଶେଷ ଭାବରେ ପାଞ୍ଚ ମାସ ପୂର୍ବେ ପୁରୀ ଜିଲା ଗୋପ ବ୍ଲକ ୧୧ ନମ୍ବର ଜୋନ ଜିଲାପରିଷଦ ଭାବରେ ନିର୍ବାଚିତ ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର କାରଣ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମେତ ଅନ୍ୟ ସାତ ନେତାଙ୍କ ସମ୍ପୃକ୍ତି ଏବଂ ପାଞ୍ଚବର୍ଷରୁ ଉର୍ଦ୍ଧ ସମୟ ଧରି ହନିଟ୍ରାପ୍ ମାଧ୍ୟମରେ ବ୍ଲାକ ମେଲିଙ୍ଗ କରୁଥିବା ଅର୍ଚ୍ଚନା ନାଗ ରାକେଟର ପର୍ଦାଫାସ ନହେବା ବିରୁଦ୍ଧରେ ପ୍ରଦର୍ଶନ କରା ଯାଇଛି । ଏହା ସହିତ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଓ ଭୁବନେଶ୍ୱର ରୁଚିକା ମୃତ୍ୟୁ ଘଟଣା ତଥା ଇତିଶ୍ରୀ, ବେବିନା ଠାରୁ ଆରମ୍ଭ କରି ନୟାଗଡ଼ର ପରୀ ଓ ଯାଜପୁରର ପିହୁ ସମସ୍ତ ଘଟଣା ବିରୁଦ୍ଧରେ ଆଜିକାର ବିକ୍ଷୋଭ କରା ଯାଇଛି ।

ସେହିପରି କେନ୍ଦୁଝର ଜିଲା ବିଜେପି ଉପ-ସଭାପତି ଶ୍ରୀଯୁକ୍ତ ଦେବପ୍ରସାଦ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ଶାସକ ଦଳର କାର୍ଯ୍ୟକର୍ତା ରୂପରେ କାର୍ଯ୍ୟକରୁଥିବା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବ୍ୟଭିଚାର ଓ ଦୁର୍ନୀତି ଗୁଡିକୁ ଘୋଡାଇବାକୁ ଚେଷ୍ଟା କରୁଛନ୍ତି । ବିଜେଡି ଦ୍ୱାରା ପରିଚାଳିତ ପୁଲିସ ପ୍ରଶାସନ ସାଧାରଣ ଲୋକଙ୍କ ନିକଟରେ ବିଶ୍ୱାସ ହରାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତି ବିପର୍ଯ୍ୟସ୍ଥ ଅବସ୍ଥାରେ ପହଂଚିଛି । ପାର୍ଟିର ନିଷ୍ପତି କ୍ରମେ ରାଜ୍ୟର ୫୮ ଟି ସବ-ଡିଭିଜନରେ ବିକ୍ଷୋଭ ସମ୍ପୃକ୍ତ ବିଜେଡି ନେତାଙ୍କୁ ଯାଞ୍ଚ ପରିସର ଭୁକ୍ତ ଦାବୀରେ ଆଜି ଚମ୍ପୁଆ ସବ୍ ଡିଭିଜନରେ ହୋଇଛି l

ଆଜିକାର ଏହି ବିକ୍ଷୋଭରେ ରାଜ୍ଯ ଉପସଭାନେତ୍ରି ସୁକେଶୀ ଓରାମ୍, ବଡ଼ବିଲ ପୂର୍ବତନ ନଗରପାଳ ଦିଲୀପ ମିଶ୍ର, ବିଲେଇପଦା ଜିଲାପରିଷଦ ସଦସ୍ୟ ଡମ୍ବରୁଧର କୁଦାଦା, ଜିଲା ଆଦିବାସୀ ମୋର୍ଚା ଉପସଭାପତି ପୁରୁଷୋତ୍ତମ ଗାଗରାଇ, ଓବିସି ମୋର୍ଚା ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଚର୍ଚିଲ ମହାକୁଡ, ଜିଲା ସଂଖ୍ୟାଲଘୁ ମୋର୍ଚା ସଭାପତି ମହତାବ୍ ଆଲାମ, ଯୋଡା ମଣ୍ଡଳ ସଭାପତି ସୁଶାନ୍ତ ବେବର୍ତା, ଜିଲା ମହିଳା ମୋର୍ଚା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି କର, ଚମ୍ପୁଆ ଗ୍ରାମୀଣ ମଣ୍ଡଳ ସଭାପତି ଚନ୍ଦ୍ରଶେଖର ମହାନ୍ତ, ବିଲେଇପଦା ମଣ୍ଡଳ ସଭାପତି ଅଲେଖ ବାରିକ, ଯୋଡା ପୌରପରିଷଦ ସଦସ୍ୟ ରଶ୍ମିତା ପାଣିଗ୍ରାହୀ, ବଡ଼ବିଲ କାଉନସିଲର ପାୟଲ ଦେବଗନ ମିଡିଆ ସେଲ୍ ସଂଯୋଯକ ଶାନ୍ତନୁ ଦାଶ ସୋସିଆଲ ମିଡ଼ିଆ ସଂଯୋଜକ ପାର୍ଥସାରଥୀ ଷଡଙ୍ଗୀ, କରଞ୍ଜିଆ ମଣ୍ଡଳ ସାଧାରଣ ସମ୍ପାଦକ ରଞ୍ଜନ ମହାନ୍ତ, ଭଣ୍ଡା ମଣ୍ଡଳ ସଭାପତି ହେମନ୍ତ କୁମାର ମହାନ୍ତ, ଚମ୍ପୁଆ ଗ୍ରାମୀଣ ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତ, ବିଭିନ୍ନ ମଣ୍ଡଳର ମହିଳା ସଭାନେତ୍ରୀ ମାନଙ୍କ ମଧ୍ୟରେ ମୂଖ୍ୟତ ଅନୀତା ଭୌମିକ, ନନ୍ଦିନୀ ମହାନ୍ତ, ଓ ବିଶ୍ଵନାଥ ନନ୍ଦ ଚିରଂଜିତ ମହାନ୍ତ ଲକ୍ଷ୍ମୀଧର ମହାରଣାଙ୍କ ସହିତ ଅନେକ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ l ପୋଲିସ ର ନିଷ୍କ୍ରିୟତା ତଥା ସରକାରୀ ଅଧିକାରୀ ମାନଙ୍କ ବିଜେଡି ନେତାଙ୍କ ପ୍ରତି ଅହେତୁକ ଅନୁକମ୍ପା ବିରୁଦ୍ଧରେ ସମସ୍ତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ l