ଓଏଏସ ରେ ୧୩୦ ରେଙ୍କ ରଖି ସତ୍ୟଜିତ ପଟ୍ଟନାୟକ ସଫଳ ହାସଲ କରିଛନ୍ତି ।
ସେ ନିଜ ପାଠ ପଢା ରେ ଧ୍ୟାନ ଦେବା ସହ ଆଇଆଇଟି ପିଲା ମାନଙ୍କୁ ପଢ଼ାଉଥିଲେ….
କେନ୍ଦୁଝର : କେନ୍ଦୁଝର ସହରର ମାଇନିଂର ଜଣେ ଯୁବକ ସତ୍ୟଜିତ ପଟ୍ଟନାୟକ OAS ପରୀକ୍ଷା ରେ ୧୩୦ ରାଙ୍କ ରେ ଅଛନ୍ତି। ଯାହାକୁ ନେଇ ସମଗ୍ର ପରିବାର ତଥା ବନ୍ଧୁ ପରିଜନ ଙ୍କ ମଧ୍ୟ ରେ ଖୁସି ର ଲହରୀ ଖେଳିଯାଇଛି। ସେ ଏଥିପାଇଁ କୌଣସି କୋଚିଙ୍ଗ ନନେଇ ଘରେ ରହି OAS ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ସେ ନିଜ ପାଠ ପଢା ରେ ଧ୍ୟାନ ଦେବା ସହ ଆଇଆଇଟି ପିଲା ମାନଙ୍କୁ ପଢ଼ାଉଥିଲେ ।
ସରକାର ଏବେ ତାଙ୍କୁ ଯେଉଁ ବିଭାଗ ର ଦାୟିତ୍ଵ ଦେବେ ସେ ନିଷ୍ଠାର ସହ ସେଇ ବିଭାଗ କୁ ତୁଲେଇବେ ବୋଲି ସେ କହିଛନ୍ତି। ପୁଅ ର ସଫଳତା ପରେ ବାପା ,ମା ବେଶ ଖୁସି ହେବା ସହ ଆଗକୁ ପୁଅ ଆହୁରି ଭଲ କାର୍ଯ୍ୟ କରିବା ନେଇ ଭଗବାନ ଙ୍କ ନିକଟ ରେ ଉତ୍ତରତ୍ଵର କାମନା କରିଛନ୍ତି । ସତ୍ୟଜିତ ପଟ୍ଟନାୟକ, କୃତି ଓଏଏସ୍ ପରୀକ୍ଷାର୍ଥୀ