କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ମହକୁମା ଠାରୁ ଷାଠିଏ କିଲୋମିଟର ଦୂର ସାନହୁଣ୍ଡାଳା ଗ୍ରାମ ର ଅସହାୟ ଶାରୀରିକ ଅକ୍ଷମ କନ୍ଦା ମୁଣ୍ଡା l ଗୋଡ ଦୁଇଟି ସମ୍ପୂର୍ଣ ଅକ୍ଷମ l କିଛିଦିନ ହେବ ଝାଡା ପରିସ୍ରା ବନ୍ଦ ହେବାରୁ ଭର୍ତି ହୁଏ କେନ୍ଦୁଝର ମୁଖ୍ୟ ଚିକିତ୍ସାଳ ରେ, ଏଠାରେ ତାର x-ray ରିପୋର୍ଟ ଦେଖି ଡାକ୍ତର ରେଫର କରନ୍ତି କଟକ ମୁଖ୍ୟ ଚିକିତ୍ସାଳୟ କୁ ଏବଂ କୁହନ୍ତି ଯେ ଯେତେ ଶୀଘ୍ର କଟକ ଯିବାକୁ ନହେଲେ ଜୀବନ ପ୍ରତି ବିପଦ l
ଭିନ୍ନକ୍ଷମ ଅସହାୟ କଣ୍ଡାମୁଣ୍ଡା ଏକା କିପରି କଟକ ଯିବ ତାକୁ ଚତୁଃର୍ଦିଗ ଅନ୍ଧାର ଦେଖାଯାଉଥାଏ, ଓ ଭାଗ୍ୟ କୁ ଆଦରି ପଡିରହିଥାଏ l ନା ତା ପାଖରେ କୌଣସି ପରିବାର ର ଲୋକ ନା କୌଣସି ଗାଁ ର ଲୋକ l ଏହି ସମୟରେ ତା ପାଖକୁ ଆସନ୍ତି ସମାଜସେବୀ ଦିଲୀପ କୁମାର ସାହୁ l ସେ ଗୋଟାଏ ଦିନ ରେ ସଂଜୀବନୀ କୁ ଯାଇ ତା ପାଇଁ ସବୁ କାଗଜ ପତ୍ର କରି, ଡି ଏମ ଏଫ ରୁ ଆମ୍ବୁଲାନ୍ସ ଯୋଗାଡ଼ କରି attendant ସହ ତାକୁ ପଠାଇଲେ କଟକ କୁ l ସାଧାରଣ ଜନତା ରେ ପ୍ରଶଂସା ଭାଜନ ହୋଇଛନ୍ତି ସମାଜସେବୀ ଦିଲୀପ ସାହୁ l