କେନ୍ଦୁଝର,(ସାକ୍ସୀ ନ୍ୟୁଜ୍): ଶଶୁର ଘରେ ଜ୍ବାଇଁ ର ଆତ୍ମହତ୍ୟା କରିବା ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଗଣ୍ଡ ବେଡା ଗ୍ରାମରେ। ମୃତ ଜ୍ବାଇଁ ହେଉଛନ୍ତି ଘଟଗାଁ ଥାନା ଅନ୍ତର୍ଗତ ପାନପଶି ଗ୍ରାମର ବିନୋଦ ବେହେରା।
ସେ ଗତ ୨ ବର୍ଷ ହେବ ପାଟଣା ଥାନା ଗଣ୍ଡବେଡା ଗ୍ରାମରେ ଶଶୁର ଘରେ ରହୁଥିଲେ। ଆଜି କୌଣସି କାରଣରୁ ସେ ଘର ପଛପଟେ ଥିବା ଏକ ବାଉଁଶ ଗଛରେ ଏକ ଲମ୍ବା କନାରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପାଟଣା ଥାନା ସବ୍ ଇନ୍ସପେକ୍ଟର ମନୋରମା ସ୍ବାଇଁ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପାଟଣା ଥାନା କେଶ୍ ନଂ ୩୪/୨୨ ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।