ଅସହାୟ ବାପା ମା ଛେଉଣ୍ଡ ଅନାଥ ଝିଅ ସୁଭଦ୍ରା ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲା ଚିଠି

କେନ୍ଦୁଝର : ଅସହାୟ ବାପା ମା ଛେଉଣ୍ଡ ଅନାଥ ଝିଅ ସୁଭଦ୍ରା ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲା ଚିଠି କେନ୍ଦୁଝର ଜିଲ୍ଲା ର ପାଟଣା ବ୍ଲକ ର ଝିଅ ଟିଏ ନା ତାର ସୁଭଦ୍ରା ନିଜର ପ୍ରକୃତ ପିତା ମାତା କିଏ ଜାଣିନାହିଁ l ସେ ଯେତେବେଳେ ଅଢେଇ ମାସର ହେଇଥିଲା ମୂଷାଖୋରୀ ପଞ୍ଚାୟତ ମଲ୍ଲିପଶି ଗ୍ରାମର ନିସନ୍ତାନ ଦମ୍ପତି ସ୍ବର୍ଗତ ବିଜୟ କୁମାର ନାଏକ ଓ ତାଙ୍କ ପତ୍ନୀ ରମି ନାଏକ ନୀକଟସ୍ଥ ଏକ ଗାଁ ରୁ ଆଣି ପାଳିଥିଲେ।ସେବେଠାରୁ ସେ ତାଙ୍କ ପାଖରେ ବଢି ଆସିଥିଲା ସୁଭଦ୍ରା ହେଲେ ଦଇବ ଦାଉ ସାଧିଲା 3 ବର୍ଷ ତଳେ ଉଭୟ ବିଜୟ ଓ ତାଙ୍କ ପତ୍ନୀ ରମି ଆଗପଛ ହୋଇ ଆର ପାରି କୁ ଚାଲିଯିବା ପରେ ପାଳିତା କନ୍ୟା ସୁଭଦ୍ରା ମୁଣ୍ଡରେ ଖସି ପଡ଼ିଲା ଦୁଃଖ ର କଳା ବାଦଲ । ପିତାମାତାଙ୍କ ମୃତ୍ୟୁପରେ ସେ ମୂଲ ମଜୁରୀ ଲାଗି ମଲ୍ଲିପଶି ଜନତା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ି ଦଶମ ପରୀକ୍ଷା ଦେଇ ମ୍ୟାଟ୍ରିକ ପାସ କରିଥିଲା ହେଲେ ଏବେ କଲେଜ ରେ ପାଠ ପଢ଼ିବାକୁ ଇଛା ଥିଲେ ମଧ୍ୟ ସୁଭଦ୍ରାର ଉଚ୍ଚ ଶିକ୍ଷାରେ ଅର୍ଥ ସାଜିଛି ବାଧକ।

ପେଟ ଚାଖଣ୍ଡକ ପୋଷିବା ପାଇଁ ସେ ବାଧ୍ୟ ହୋଇ ମୂଲ ମଜୁରୀ କାମକୁ ଆପଣେଇ ନେଇଥିଲା। କିନ୍ତୁ ସେ ରହୁଥିବା ଘର ଏବେ ଭାଙ୍ଗି ଦଦରା ହୋଇ ପଡିଛି।ଭଙ୍ଗା ଘରେ ରହିବା କୁ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ସୁଭଦ୍ରା ଅନ୍ୟ ପଟେ ବାପା ମରିଯିବା ପରେ ମାସିକ ଦେୟ ନଦେଇ ପାରିବାରୁ ବିଜୁଳି ବିଭାଗ ତାଙ୍କ ଘରର ବିଜୁଳି ମଧ୍ୟ କାଟି ଦେଇଛି। ଏପରି ସ୍ଥିତିରେ ଅନାଥ ସୁଭଦ୍ରା ରାତି ଏକୁଟିଆ ଘରେ ରହିବାକୁ ମଧ୍ୟ ଭୟ କରୁଥିବାରୁ ବାଧ୍ୟ ହୋଇ ପଡୋଶୀଙ୍କ ଘରେ ରାତିରେ ମୁଣ୍ଡ ଗୁଞ୍ଜୁଥିବା ବେଳେ ଦିନ ବେଳେ ମୂଲ ମଜୁରୀ ଲାଗୁଛି। ଉଚ୍ଚ ଶିକ୍ଷା ପାଇଁ ଆଶା ବାନ୍ଧିଥିବା ସୁଭଦ୍ରା ପାଇଁ ଅର୍ଥ ଓ ଆବାସର ଆବଶ୍ୟକତା ଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ତାହାର ଦୁଃଖ ଜଣାଇଛନ୍ତି। ସେ ଚିଠି ରେ ଲେଖିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି ଯେ ଉଚ୍ଚ ଶିକ୍ଷା ପାଇଁ ତାଙ୍କୁ ସହାୟତା କରିବା ପାଇଁ। ଭଙ୍ଗା ଘର ଦୁଃଖ କୁ ସାଥି କରି ସମାଜ ଆଗରେ ତାଳ ଦେଇ ଚାଲୁଥିବା ଅନାଥ ସୁଭଦ୍ରା ନିଜର ଭାଗ୍ୟ ଓ ଭବିଷ୍ୟତ ନେଇ ଭାଙ୍ଗି ପଡ଼ିଛନ୍ତି।ସରକାର ଓ ବଦାନ୍ୟ ବ୍ୟକ୍ତି ଅଥବା ଅନୁଷ୍ଠାନ ସହାୟତାର ହାତ ବଢାଇଲେ କେନ୍ଦୁଝର ସୁଭଦ୍ରା ମୁହଁ ରେ ପୁଣି ହସ ଫୁଟନ୍ତା ବୋଲି କହିଛନ୍ତି ଗ୍ରାମ ବାସୀ।