ବଡ଼ବିଲ: ବନାଞ୍ଚଳ ବଡ଼ବିଲ ସେକ୍ସନ ପକ୍ଷରୁ ୭୩ ତମ ବନ ମହୋତ୍ସବ ୨୦୨୨ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପାଳନ ହେଉଛି । ଏହି ଅବସରରେ ଆଜି ଯୋଡ଼ା ବ୍ଲକର ସେରେଣ୍ଡା ପଞ୍ଚାୟତର ଆଦିବାସୀ ବିକାଶ ସମିତି କେନ୍ଦ୍ର ଠାରେ ବୃକ୍ଷରୋପଣ ମହୋତ୍ସବ ପାଳନ କରାଯାଇଛି ।
ଗଛଟିଏ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ ଉଦ୍ଧେଶ୍ୟ ରଖି ଏହାକୁ ପାଳନ କରାଯାଇଥିଲା ।ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ଅପା, ବନପାଳ ଶରଣ ବାରିକ ଓ ଅକ୍ଷୟ କୁମାର ମହାନ୍ତି, ମଳୟ କୁମାର ଜେନା,ସେରେଣ୍ଡା ସ୍ଥାନୀୟ ସରପଞ୍ଚ ସସ୍ମିତା ସିଦୁ, ସମାଜସେବୀ ଦମୟନ୍ତି ସାମଲ, ୱାର୍ଡ ସଭ୍ୟ ଏବଂ ଗ୍ରାମର ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
ବିଦ୍ୟାଳୟ ପରିସର ମଧ୍ୟରେ ନିମ୍ବ, ବେଲ, ବଉଳ, ଜାମୁ, ଶିଶୁ, ଅଁଳା ଆଦି ଚାରା ରୋପଣ ହୋଇଥିଲା । ଏଥିରେ ସେବାଶ୍ରମର ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ଉପସ୍ଥିତ ଥିଲେ ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।