କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗା ନିକଟସ୍ଥ ସାରସକେଲା ଓଡିଶା ସ୍ପଞ୍ଜ ଛକ ନିକଟରେ ଏକ(ଓଡି-୦୯-ଆର୍-୨୪୯୯) ୧୪ଚକିଆ ଟ୍ରକ ଧକ୍ଜାରେ (ଓଆର-ଜିର-୨-ବିପି-୪୫୮୮) ବାଇକ୍ ଚୁର୍ ମାର ହୋଇଯାଇଥିବାବେଳେ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ଖପରାଖାଇ ଗ୍ରାମର ଦୁର୍ଗା ପ୍ରସାଦ ବାରିକ୍(୩୦)ବାରିକ୍। ସ୍ଥାନୀୟ ଲୋକେ ବନାଯୋଡି ୧୦୩୩ ଆମ୍ବୁଲାନ୍ସ ଯୋଗେ ଗୁରୁତର ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।
ଘଟଣାରୁ ପ୍ରକାଶଯେ’ସଂଞ୍ଜୟ ସାରସକେଲା ବ୍ୟାଙ୍କ ଅଫ ଇଣ୍ତିଆ କ୍ୟାଣ୍ଟିନ ରୁ ଖାଇସାରି ଛକ ଅଭିମୁଖେ ଆସି ଠିଆ ହୋଇଥିଲେ।କାଳିମାଟି ପଟୁ ଦ୍ରୁତ ଗତିରେ ଆସୁଥିବା ଏହି ଟ୍ରକ ଧକ୍କା ଦେବାରୁ ତାଙ୍କର ଗୋଡ ଦୁଇଟି ଚୁର୍ ମାର ହୋଇଯାଇଥିବାବେଳେ ବାଇକ୍ ଟି ଗାଡି ଭିତରେ ଚାପି ହୋଇ ଚୁର୍ ମାର୍ ହୋଇଯାଇଥିଲା।ଖଵର ପାଇ ଘଟଣା ସ୍ଥଳରେ ପଳାଶପଙ୍ଗା ବିଟ୍ ହାଉସ୍ ପୋଲିସ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି କୁ ଜବତ କରିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଝୁମ୍ପୁରା ର ଵୋଲି ଜଣାପଡିଛି।