ନର୍ଭେରାମ ଷ୍ଟିଲ ଏଣ୍ଡ ପ୍ରାଇଭେଟ ଲିମିଟେଡ଼ ର ଷଡ଼ଯନ୍ତ୍ର ଏବେ ପଦାକୁ ଆସିଛି।
କମ୍ପାନୀ ଲକ୍ଷ୍ୟ ଥିଲା ଗ୍ରାମ ସଭା କୁ ସଫଳ କରିବା…..
କେନ୍ଦୁଝର : ନର୍ଭେରାମ କମ୍ପାନୀ ଗୁମର ଖୋଲୁଛି।ନର୍ଭେରାମ କମ୍ପାନୀ କିଛି ସ୍ଥାନୀୟ ରାଜନେତା କୁ ଧରି ଭଦ୍ରାସାହି ପଞ୍ଚାୟତ ଗ୍ରାମବାସୀ ବଛା ବଛି କିଛି ଲୋକଙ୍କୁ ନେଇ ପୁରୀ ଯାଇଥିଲେ ।ନର୍ଭେରାମ କମ୍ପାନୀ ମୂଳ ଲକ୍ଷ୍ୟ ଥିଲା ଗ୍ରାମ ସଭା ସଫଳ କରିବା କିନ୍ତୁ ଅସଫଳ ହେଲା ନର୍ଭେରାମ କମ୍ପାନୀ ପୁରୀ ନେଇଥିବା କିଛି ଆଦିବାସୀ ମାନଙ୍କୁ ନେଇ ସମୁଦ୍ର କୂଳରେ ବୁଲେଇବା ସାଙ୍ଗ କୁ ପୁରୀ ରେ ବଡ ବଡ ଲଜ ନେଇ ରଖିବା ସହିତ ବିଳାସ ପୂର୍ଣ ଖାଦ୍ୟ ଦେବା ସହ କମ୍ପାନୀ ଲକ୍ଷ୍ୟ କଣ ଥିଲା ଏବେ ଜଣା ପଡିଲା ନର୍ଭେରାମ କମ୍ପାନୀ ଲକ୍ଷ୍ୟ ଥିଲା ଗ୍ରାମ ସଭା କୁ ସଫଳ କରିବା।
ଭଦ୍ରାସାହି ପଞ୍ଚାୟତ ଟଣ୍ଟ ଗ୍ରାମରେ ଆଦିବାସୀ ମାନେ ବଂଶ ବିସ୍ତାର କରି ପୂର୍ବ ପୁରୁଷ ରୁ ପିଢ଼ି ପରେ ପିଡ଼ି ରହି ଥିବା ଭିଟା ମାଟି କୁ କେମିତି ଝାଡିବେ ନର୍ଭେରାମ କମ୍ପାନୀ ମୂଳ ଲକ୍ଷ୍ୟ ଅଲଗା ଭଦ୍ରାସାହି ପଞ୍ଚାୟତ ଟଣ୍ଟ ଗ୍ରାମବାସୀ ମାନେ ଏକତା ହେଲେଣି ନିଜର ଭିଟା ମାଟିକୁ ଦେବୁ ନାହିଁ।ନର୍ଭେରାମ କମ୍ପାନୀ ନିଜର ମତଲବ ପାଇଁ ପ୍ରାଣ ପଯ୍ୟନ୍ତ ଚେଷ୍ଟା କରୁଛି। ନର୍ଭେରାମ କମ୍ପାନୀ ର ଗ୍ରାମ ସଭା ଭଣ୍ଡୁଲ ହୋଇଛି। ନର୍ଭେରାମ କମ୍ପାନୀ ସବୁ ଚାଳକ ଧରା ପଡିଯାଇଛି।