ବୃଦ୍ଧଦମ୍ପତିଙ୍କୁ ଦାଉ ସାଜିଛି ଲଘୁଚାପ ବର୍ଷା

ଦୁଇ ବୃଦ୍ଧ ଦମ୍ପତି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହଉଛନ୍ତି……

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ ଆମ୍ବଗଡ଼ିଆ ଗ୍ରାମର ବୃଦ୍ଧ ଦମ୍ପତି ଦନେଇ ଏବଂ ପଦ୍ମାବତୀଙ୍କ ସହିତ ଦାଉ ସାଜିଛି ଲଘୁଚାପ ବର୍ଷା l କେନ୍ଦୁଝର ଆନନ୍ଦପୁର ଅମ୍ବାଗଡ଼ିଆ ଠାରେ ଦୀର୍ଘ ଚାରିଦିନ ଧରି ଲଘୁଚାପ ବର୍ଷା ହେବାରୁ ବୃଦ୍ଧଙ୍କ ଘର ଭିତର ଏବଂ ଘର ଚାରି ପାଖକୁ ବର୍ଷା ପାଣି ବନ୍ଦୀ କରି ରଖିଛି l ତେଣୁ ଦୁଇ ବୃଦ୍ଧ ଦମ୍ପତି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହଉଛନ୍ତି l ଘର ବାହାରେ ବର୍ଷା ପାଣି ନିଷ୍କାସନ ପାଇ କୌଣସି ସୁବିଧା ନ ଥିବାରୁ ପାଣି ଜମି ଘର ଭିତରେ ଶାନ୍ତଉଛି ତେଣୁ ରୋଷେଇ କରି କିପରି ଖାଇବେ ତାହା ଏବେ ବୃଦ୍ଧ ଦମ୍ପତିଙ୍କ ଚିନ୍ତାର କାରଣ ସାଜିଛି l

ସରକାର ତରଫରୁ ଖଣ୍ଡେ ପକ୍କାଘର ପାଇଁ ନ ଥିବାରୁ ଗରିବ ବୃଦ୍ଧ ଦମ୍ପତି ଅଧା ଭଙ୍ଗା ଚାଳ ଘରେ ଦିନ କାଟିଥାନ୍ତି l ଏହି ଲଘୁଚାପ ବର୍ଷା ଚାରି ଦିନ ଧରି ଲାଗି ରହିବାରୁ ତାଙ୍କ ଘର ଚାରିପଟେ ପାଣି ଜମି ଯାଇଛି l ଯାହା ବୃଦ୍ଧ ଦମ୍ପତି ବହୁତ ହଇରାଣ କରୁଛି ..ଭଲରେ ରୋଷେଇ କରି ଖାଉଛନ୍ତି ନା ଭଲରେ ସୋଇପାରୁଛନ୍ତି ଦମ୍ପତି l ସେମାନଙ୍କ କହିବା କଥା ସରକାର ତରଫରୁ ପ୍ରତି ଗାଁ କୁ ଡ୍ରେନ ଜଳ ନିଷ୍କାସନ ପାଇଁ ତିଆରି କରାଯାଇଥିବା ବେଳେ କାହିଁକି ଏହି ଗ୍ରାମ ତାର ମୌଳିକ ଅଧିକାର ରୁ ବଞ୍ଚିତ ରହିଛି ସେମାନେ ବୁଝିପାରୁନାହାନ୍ତି…ଉଚ୍ଚକତୃପକ୍ଷ ଏହି ବୃଦ୍ଧ ଦମ୍ପତିଙ୍କୁ ଖଣ୍ଡେ ପକ୍କାଘର ଏବଂ ଏହି ବର୍ଷା ଜଳ କିପରି ଡ୍ରେନ ଦ୍ଵାରା ନିଷ୍କାସନ ହେବ ଏହି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଦୁହେଁ..