ପୂର୍ଣ୍ଣିମାରେ ପିଶାଚ ପାଲଟିଲା ସ୍ୱାମୀ, ସ୍ତ୍ରୀ କୁ ଟାଙ୍ଗିଆ ରେ ମାରି ହତ୍ୟା

ପିଶାଚ ପାଲଟିଲା ସ୍ୱାମୀ, ସ୍ତ୍ରୀ କୁ ଟାଙ୍ଗିଆ ରେ ମାରି ହତ୍ୟା କରିଛି ଏହି ଘଟଣାଟି ଘଟିଛି ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡାଗାଁର (ହରିଜନ) ଦଳିତ ସାହିରେ ପୂର୍ଣ୍ଣିମାରେ ପିଶାଚ ପାଲଟିଲା ସ୍ୱାମୀ, ସ୍ତ୍ରୀ କୁ ଟାଙ୍ଗିଆ ରେ ମାରି ହତ୍ୟା କରିଥିବା ଜଣାପଡ଼ିଛି । ମୃତ ସ୍ତ୍ରୀ ରାଧା କୌଶଲ୍ୟା(୪୨)ଙ୍କ ପରିବାର ପିତା ରାମଦାସ ଟାକିରି କହିବା ଅନୁଯାୟୀ ଗତ କାଲି ସୋମବାର ଦିନ ନିଜ ବାପା ଘର କଳାହାଣ୍ଡି ଜିଲ୍ଲା ବିଜେପୁର ପଞ୍ଚାୟତ ର ଫୁକେର ଗାଁ କୁ ଝିଅ ରାଧା ଯାଇଥିଲା ।ସେଠାରେ ବାପାକୁ ଗୋଟିଏ କୁକୁଡ଼ା ପୁସିବା ପାଇଁ କହିବାରୁ ୪୦୦ଟଙ୍କା ଦେଇ କୁକୁଡ଼ା କିଣିଦେଇଥିଲେ ।ତାହାକୁ ଧରି ମୃତ ରାଧା ଧରି ଆସିଥିଲେ ।ଆଜି ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣିମା ଅବସରରେ ଭୋରୁ ସ୍ୱାମୀ ନୀଳକଣ୍ଠ କୌଶଲ୍ୟା (୫୦) ଓ ମୃତ ସ୍ତ୍ରୀ ରାଧା କୌଶଲ୍ୟା (୪୨)ମିଶି ଡ଼ଙ୍ଗା ଭସାଇ ଆସିଥିଲେ ।ଏହାର କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।ଯାହା ଫଳରେ ସ୍ୱାମୀ ଉତ୍ତେଜିତ ହୋଇ ପାଖରେ ଥିବା ଟାଙ୍ଗିଆ ରେ ମୁଣ୍ଡରେ,ବେକରେ ,ସ୍ତନ ତଳ ଭାଗରେ ମାରି ହତ୍ୟା କରିଥିବା ପରିବାର ପକ୍ଷରୁ କହିଛନ୍ତି ।ଉକ୍ତ ଖବର ପୁଲିସ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ, ସବ ଇନିପେକ୍ଟର ସଞ୍ଜୟ କୁମାର ମୁର୍ମୁ, ଅତିତିକ୍ତ ସବ ଇନିପେକ୍ଟର ମନୋଜ କୁମାର ମଲ୍ଲିକ ସହ ଦଳ ଘଟଣାସ୍ଥଳରେ ପହଞ୍ଚି ହତ୍ୟା କରିଥିବା ସ୍ୱାମୀ ନିଲାକଣ୍ଠକୁ ଅଟକ ରଖି ପଚାରା ଉଚରା କରିଥିବା ବେଳେ ଅନ୍ୟ ପଟେ ମୃତ ବ୍ୟକ୍ତିଙ୍କ ପରିବାର, ସମ୍ପର୍କୀୟ ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚିବା ପରେ ଉଭୟ ପକ୍ଷରୁ ଉତ୍ତେଜନା ଲାଗିଥିଲା ।ସେତେ ବେଳେ ପୁଲିସ ସାଧା ପୋଷାକରେ ରହିଥିବା ଯୋଗୁଁ ଘଟଣା ସ୍ଥଳରେ ଠେଲା ପେଲା ହୋଇଥିଲା । ଏହି ଘଟଣାର ଖବରପାଇ ରାୟଗଡା ରୁ ଏସଡିପିଓ ଦିବ୍ୟଜ୍ୟୋତି ଦାସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଲାଇଛନ୍ତି ।