ଗରିବ ଆଦିବାସୀ ଅଂଚଳ ଆଜି ଅନ୍ଧାର ହୋଇ ପଡ଼ିଛି
ବିଭାଗୀୟ କତ୍ରୁ ପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଗ୍ରାମର ଲୋକଙ୍କୁ ସାହାଯ୍ୟ କରିବାକୁ ଜନସାଧାରଣରେ ଦାବି ରହୁଛି…
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନୋହବେଡା ଗ୍ରାମପଞ୍ଚାୟତ ର କଙ୍କଡ଼ା ଯୋଡ଼ି ଗ୍ରାମରେ ଅଙ୍ଗନୱାଡ଼ି ଠାରେ ନଳକୂପ ଅଚଳ ହୋଇ ମାସେ ହେଲାଣି ମରାମତି ର କତୃପକ୍ଷ ନା ଧରୁ ନାହାଁନ୍ତି । ଅଙ୍ଗନୱାଡ଼ି କେନ୍ଦ୍ର ର ଛଟ ଛଟ ଛୁଆ ମାନେ କାଲି ର ଭବିଷ୍ୟତ ତାଙ୍କୁ ଏତେ ଅବ ହେଳିତ କରାଯାଉଛି ଆଦିବାସୀ ଅଧ୍ୟୁଷିତ ଗ୍ରାମର ଲୋକ ବିକଳ ରେ ଗୋଡ଼ିଆ ପାଣି ଉପରେ ନିର୍ଭର କରୁଛନ୍ତି । ଗ୍ରାମରେ ଆଜି ଅଙ୍ଗନୱାଡ଼ି ଦିଦି ଛୁଆ ମାନଙ୍କ ପାଇଁ ବହୁ ଦୂରରୁ ପାଣି ଆଣି ଛୁଆଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି କରିବାକୁ ପଡୁଛି ବୋଲି ଅଭି ଯୋଗ ବାଢିଛନ୍ତି ।
ଏବଂ ଗ୍ରାମରେ ଦୀର୍ଘ ତିନି ମାସ ହେଲାଣି ଲାଇନ ନ ଥିବାରୁ ଜଙ୍ଗଲ ପାଖ ଗ୍ରାମ ଗ୍ରାମରେ ଆଦିବାସୀ ଜନସାଧାରଣ ଅନ୍ଧାରରେ କାଳାତିପାତ କରୁଛନ୍ତି । ଟ୍ରଂସ୍ଫର୍ମର ଟି ପୋଡ଼ି ତିନି ମାସ ବିତି ଗଲାଣି, ଏପଟେ ସନ୍ଧ୍ୟା ନ ହେଉଣୁ ଗ୍ରାମକୁ ହାତୀ ମାଳ ମାଳ ଆସୁଛନ୍ତି , କ୍ଷେତ ରେ କରିଥିବା ଧାନ ଫସଲ ଖାଇବା ସହିତ ନଷ୍ଟ କରୁଛନ୍ତି । ବିଭାଗୀୟ କତ୍ରୁ ପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଗ୍ରାମର ଲୋକଙ୍କୁ ସାହାଯ୍ୟ କରିବାକୁ ଜନସାଧାରଣରେ ଦାବି ରହୁଛି ।