ବାଇକ୍ ଆରୋହୀ ଙ୍କ ଉପରେ ଚଢ଼ିଗଲା ଟିପର ଚାଳକ ଅଟକ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ପ୍ରାଧିକରଣ ପଦ୍ମପୁର ଓଭର ବ୍ରିଜ ଓଡିଶା ଗ୍ରାମବ୍ୟାଙ୍କ ସମ୍ମୁଖ ଓଭର ବ୍ରିଜ ନିକଟରେ ଆଜି ଭୋର ସକାଳୁ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି।ଏକ (ଓଆର-ଜିର-୯-ଜି-୯୮୩୭)ବାଜାଜ ପ୍ଲାଣ୍ଟିନା ବାଇକୁ (ଓଆର-୦୯-କେ-୭୫୬୪)ବିଶିଷ୍ଟ ଏକ ୬ଚକିଆ ଟିପ୍ପର ଆରୋହୀ କୁ ଧକ୍କାଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ମୃତକ ବାଇକ୍ ଆରୋହୀ ଜଣଙ୍କ ପରିଚୟ ମିଳିପାରିନାହିଁ।ପ୍ରାପ୍ତସୂଚନାଅନୁସାରେ,ଟିପ୍ପଟ ଝୁମ୍ପୁରା ପଟୁ ପଦ୍ମପୁର ଅଭିମୁଖେ ଆସୁଥିଲା।ସମାନ ଦିଗରେ ଆସୁଥିବା ବାଇକ୍ ଆରୋହୀ ଙ୍କୁ ଟିପ୍ପର ଚାଳକ ପଛପଟୁ ନିୟନ୍ତ୍ରଣ ହରାଇ ବାଇକ୍ କୁ ଧକ୍କାଦେବା ପରେ ରାସ୍ତାର ଲୁହାଵାଡ ପର୍ଯ୍ୟନ୍ତ ଘସାରି ଆଣିଥିଲା।ଫଳରେ ବ୍ୟକ୍ତି ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ସଦର ଥାନା ପୋଲିସ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଓ ମୃତ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା।ପରେ ପୋଲିସ ଶବ ବ୍ୟବଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।ଦୁର୍ଟଣା ଘଟାଇଥିବା ଟିପ୍ପର ରାଇସୁଆ ଅଞ୍ଚଳର ବୋଲି ପ୍ରତେକ ଦର୍ଶି ଙ୍କ ଠାରୁ ପ୍ରକାଶ ପାଇଛି।ଚାଳକ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି।