କେନ୍ଦୁଝର : କେନ୍ଦୁଝର ପୌରଞ୍ଚଳର ଶିରିପୁର ପୋଖରୀ ବୁଡି ଜଣେ ବ୍ୟକ୍ତି ନିଖୋଜ । ଘଟଣା ର ଖବର ପାଇ ଦମକଳ ଖୋଜା ଖୋଜି ଆରମ୍ଭ କରିଛି। ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ କୁନୁ ମୁଖୀ ବୋଲି ଜଣାପଡିଛି। ଓ ତାଙ୍କ ଘର କଟରା ବେଡା ବୋଲି ଜଣା ପଡ଼ିଛି ସେ କାମ କରିବା କୁ କେନ୍ଦୁଝର ଆସିଥିଲେ। ଆଜି ଘରକୁ ଫେରୁଥିବା କୌଣସି କାରଣ ରୁ ପୋଖରୀ ରେ ପଡି ଯାଇଥିଲେ। ପରେ ଲୋକେ ଦେଖି ପୋଲିସ ଓ ଦମକଳ କୁ ଖବର ଦେଇଥିଲେ। ଘଟଣାର ଖବର ପାଇ ଦମକଳ ବାହିନୀ ପୋଖରୀ ରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।