କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଜନଶୁଣାଣିରେ ଆସିଲା ମାଳମାଳ ଅଭିଯୋଗ
ସେପଟେ ଗ୍ରାମ ସମ୍ବଳ ମହିଳାଙ୍କୁ ନେଇ ଜନଶୁଣାଣି ଶେଷ ହୋଇଯାଇଥିବା ନେଇ ଅଭିଯୋଗ ହେଉଛି…..
କେନ୍ଦୁଝର : ଶହଶହ ମନରେଗା ଫାଇନ୍ ଗାଏବ ହୋଇଯାଇଥିବା ଖୋଦ୍ କନିଷ୍ଠ ଯନ୍ତ୍ରୀ, ପିଇଓ ଏବଂ ଜିଆରଏସ୍ ଅଭିଯୋଗ କରିଥିଲେ। ସେପଟେ ଗ୍ରାମ ସମ୍ବଳ ମହିଳାଙ୍କୁ ନେଇ ଜନଶୁଣାଣି ଶେଷ ହୋଇଯାଇଥିବା ନେଇ ଅଭିଯୋଗ ହେଉଛି।ଗତକାଲି ବ୍ଲକ ପରିସରରେ କିଛି ହାତ ଗଣତି ଗ୍ରାମ ସମ୍ବଳ ମହିଳା ଓ ପଞ୍ଚାୟତର ଜିଆରଏସ, ପିଇଓ, ଯନ୍ତ୍ରୀଙ୍କୁ ନେଇ ଜନଶୁଣାଣି କରାଯାଇଛି।
ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ବୃଷଭ ଚନ୍ଦ୍ର ନାୟକ, ଜିଲ୍ଲା ସାମାଜିକ ସମୀକ୍ଷକ ଚନ୍ଦନ କୁମାର ଆୟଚ, ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ସରସ୍ୱତୀ ସେଠୀ, ବିଜିଭିଏମ ସ୍ୱେଚ୍ଛାସେବୀ ସଂଗଠନର କାମପାଳ ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ପଞ୍ଚାୟତରେ ହୋଇଥିବା ସାମାଜିକ ସମୀକ୍ଷା ଉପରେ ଆଲୋଚନା କରିଥିବା ଜଣାପଡିଛି।