ଆଜି ପୁଣି ଆଉ ଥରେ ଗୋଟେ ନିରୀହ ଝିଅ ଯୌତୁକ ଯନ୍ତ୍ରଣାରେ ଜୁଇ ରେ ଜଳିଗଲା, ପ୍ରଶାସନ ନିରବ।
ବର୍ଷାରାଣୀଙ୍କ ର ସ୍ୱାମୀ ପ୍ରକାଶ ରାଉଳ ଯେ କି ବାଙ୍ଗାଲୋରରେ ଚାକିରୀ କରନ୍ତି…
କେନ୍ଦୁଝର : ଆଇନ ସମସ୍ତଙ୍କ ପାଇଁ ସମାନ ସେ ସାମ୍ବାଦିକ ହୁଅନ୍ତି କିମ୍ବା ଅନ୍ୟ ପଦାଧିକାରୀ ବ୍ୟକ୍ତି ବିଶେଷ ହୁଅନ୍ତୁ ନା କଣ ପାଇଁ । ଭଦ୍ରକ ଜିଲା ସ୍ଥିତ ତିହିଡି ମିର୍ଜାପୁର ଗ୍ରାମର ନବ ବହୁ ବର୍ଷା ରାଣୀ ନାୟକଙ୍କୁ ତାଙ୍କ ଶଶୁର ଘର ଲୋକେ ମାରି ଫେନ ରେ ଟାଙ୍ଗି ଦେଇ ଆତ୍ମହତ୍ୟ ଆଖ୍ୟା ଦେଉଛନ୍ତି । ଧାମନଗର ଧୁଷୁରୀ ଥାନା ସ୍ଥିତ କରୁଆ ଗ୍ରାମ ର ଅଧର ନାୟକ, ଝିଅ ବର୍ଷା ରାଣୀଙ୍କ ର ବିବାଘର ଭଦ୍ରକ ସ୍ଥିତ ତିହିଡି ମିର୍ଜାପୁର ଗ୍ରାମ ର ସମ୍ବାଦ ର ବରିଷ୍ଠ ସାମ୍ବାଦିକ ପ୍ରଭାତ ରାଉଳଙ୍କ ପୁଅ ପ୍ରକାଶ ରାଉଳଙ୍କ ସହିତ ଆଜିକୁ ୮ ମାସ ତଳେ ବିଭାଘର କରାଇଥିଲେ । ବର୍ଷାରାଣୀଙ୍କ ର ସ୍ୱାମୀ ପ୍ରକାଶ ରାଉଳ ଯେ କି ବାଙ୍ଗାଲୋରରେ ଚାକିରୀ କରନ୍ତି । ବହୁ ଅସୁବିଧା ରେ ବର୍ଷା ରାଣୀଙ୍କ ର ବାପା ଅଧର ନାୟକ ଜମି ବିକ୍ରି କରି ବିବାହ କରି ଥିଲେ ଝିଅ ର ସୁଖ ସଂସାର ଦେଖି ଥିବା ସ୍ବପ୍ନ ସବୁ ଆଜି ସ୍ବପ୍ନ ରେ ହିଁ ପରିଣତ ହୋଇ ଗୋଲା ।
ବିଭାଗର ସମୟ ରେ ଶଶୁର ଘର ଲୋକେ ଯୌତୁକ ଦାବି କରି ଥିଲେ କିଛି ପୂରଣ କରିଥିଲେ ପରେ କିଛି ବାକି ଥିବା ଅର୍ଥ କୁ ଦେବା ପାଇଁ କହିଥିଲେ ଅଧର ନାୟକ କିନ୍ତୁ ଯୌତୁକ ନୃଶଂସ ଭାବରେ ବର୍ଷାରାଣୀ ଙ୍କୁ ହତ୍ୟା କରି ଆତ୍ମହତ୍ୟା ର ଆଖ୍ୟା ଦେଉଛନ୍ତି ଶଶୁର ଘର ଲୋକେ । ୮ ମାସ ଭିତରେ ଅନେକ ଥର ବର୍ଷା ଶଶୁର ଘରୁ ନିର୍ଯାତନା ପାଉ ଥିବା କଥା ତାଙ୍କ ବାପା ଅଧର ନାୟକଙ୍କୁ କହିଛନ୍ତି କିନ୍ତୁ ବୁଝା ସୁଝା କରି ଅଧର ନାୟକ ଝିଅ କୁ ଚୁପ ରହିବା କୁ ପରାମର୍ଶ ଦିଅନ୍ତି ସବୁ ଠିକ ହୋଇ ଯିବ ବୋଲି କୁହନ୍ତି । କିନ୍ତୁ ଆଜି ଚୁପ ରହିବାର ପରିଣାମ ହତ୍ୟା କୁ ଆତ୍ମହତ୍ୟା ରେ ପରିଣତ କରି ଦିଆ ଗଲା ।
ବର୍ଷାଙ୍କ ର ବାପ ଘର ଲୋକେ ତିହିଡି ପୋଲିସ ଥାନା ରେ FIR କରିଛନ୍ତି କିନ୍ତୁ ପୋଲିସ କିଛି ଭି ଏହି ବିଷୟ କୁ ନେଇ କୌଣସି ପଦକ୍ଷପ ନ ନେବା ରୁ ଗ୍ରାମ ର ବାସିନ୍ଦା SP କାର୍ଯ୍ୟଳୟ ଆଗରେ ବର୍ଷାଙ୍କ ମୃତ ଶବ କୁ ରଖି ଧାରଣାରେ ବସିବା ପରେ କେବଳ ବର୍ଷା ରାଣୀଙ୍କର ଶାଶୁଙ୍କୁ ଗିରଫ କରିଛି ପୋଲିସ କିନ୍ତୁ ଘର ର ଅନ୍ୟ ସଦସ୍ୟଙ୍କୁ ଫେରାର କରିବାରେ ପୋଲିସ ର ହାତ ରହିଛି ବୋଲି ବର୍ଷାରାଣୀଙ୍କର ବାପ ଘର ଏବଂ ଗାଁ ଲୋକେ ଅଭିଯୋଗ କରୁଛନ୍ତି । ଗାଁ ଲୋକ ଏବଂ ବର୍ଷା ରାଣୀ ଙ୍କ ର ବାପ ଘର ଲୋକଙ୍କ ଅଭିଯୋଗ ଅନୁଯାଇ ସସ୍ମିତାଙ୍କ ର ଶଶୁର ଜଣେ ସମ୍ବାଦ ଖବର କାଗଜ ର ଜଣେ ବରିଷ୍ଠ ସାମ୍ବାଦିକ ଯାହା ଦ୍ୱାରା ପୋଲିସ ପ୍ରଶାସନ ବର୍ଷାଙ୍କୁ ନ୍ୟାୟ ଦେବା ଜାଗାରେ ନିରବ ରହୁଛନ୍ତି ।