ଓଡିଶା ଡ୍ରାଇଭର ମହାସଂଘ ତରଫରୁ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ସମ୍ଭର୍ଦ୍ଧନା
୧୯ ଟି ପଞ୍ଚାୟତର ଆଗଧାଡିର ଭାଇ ମାନଙ୍କ ସହିତ ସମସ୍ତ ସଦସ୍ୟଙ୍କ ଦ୍ଵାରା ସମ୍ଭର୍ଦ୍ଧନା ଦିଆଯାଇଥିଲା….
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ସେରେଣ୍ଡା ସ୍ଥିତ ଆଦିବାସୀ ବିକାଶ ସମିତିର ପ୍ରତିଷ୍ଠାତା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଓଡିଶା ଡ୍ରାଇଭର ମହାସଂଘ ଯୋଡ଼ା ବ୍ଲକ ୧୯ ଟି ପଞ୍ଚାୟତର ଆଗଧାଡିର ଭାଇ ମାନଙ୍କ ସହିତ ସମସ୍ତ ସଦସ୍ୟଙ୍କ ଦ୍ଵାରା ସମ୍ଭର୍ଦ୍ଧନା ଦିଆଯାଇଥିଲା ।
ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଦେହ ଅସୁସ୍ଥ ଥିବା ଖବର ପାଇ ଯୋଡାବ୍ଲକର ରାହୁଲ ମହାରଣା, ପୁରୁଷୋତ୍ତମ ମହାକୁଡ଼,ଗୋପୀନାଥ ପାତ୍ର, ବାବଲୁ ମହାରଣା ଏବଂ ଜୟନ୍ତ ପାତ୍ର ଯୋଗ ଦେଇ ଅପାଙ୍କର ଭଲ ମନ୍ଦ ପଚାରି ବୁଝିବା ସହିତ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଦୀର୍ଘ ଆୟୁ କାମନା କରିଥିଲେ ଏବଂ ଆମ ଓଡିଶା ଡ୍ରାଇଭର ଭାଇ ମାନଙ୍କ ସହିତ ଯୋଉ ଦୁର୍ବ୍ୟବହାର ଅତ୍ୟାଚାର ହେଉଛି ଏବଂ ତାଙ୍କର ଯୋଉ ୧୦ ଦଫା ଦାବି ରହିଛି ସେଇ ବିଷୟରେ ଅପାଙ୍କୁ ଅବଗତ କରେଇଥିଲେ