କେନ୍ଦୁଝର ଜିଲ୍ଲା ଭୁଷୁଗାଁ ସ୍ଥିତ ସ୍ଵପ୍ନେଶ୍ଵର ଶୈବପୀଠ ମନ୍ଦିର କାହିଁକି ପ୍ରସିଦ୍ଧ ?

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତ ଭୁଷୁଗାଁ ସ୍ଥିତ ସ୍ଵପ୍ନେଶ୍ଵର……

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତ ଭୁଷୁଗାଁ ସ୍ଥିତ ସ୍ଵପ୍ନେଶ୍ଵର ଶୈବପୀଠ ମନ୍ଦିର କାହିଁକି ପ୍ରସିଦ୍ଧ। ମହାଦେବ ବାବା ସ୍ବପ୍ନନେଶ୍ୱର ମହିମା ଅପାର ଗତ ବିଷୟ ଉପରେ ଜାଣିବା। ଗ୍ରାମ ଭୁଷୁଗାଁ ସ୍ଥିତ ଜଣେ ବ୍ୟକ୍ତି କୁ ସ୍ୱପ୍ନରେ ବାବା ସ୍ବପ୍ନନେଶ୍ୱର ସ୍ବପ୍ନଘାତ ହେଲେ ଯୋଉ ଜାଗାରେ ବାବା ସ୍ବପ୍ନନେଶ୍ୱର ଆବିର୍ଭାବ ହେଲେ ସେହି ଜାଗାରେ ବାବା ସ୍ବପ୍ନନେଶ୍ୱର ମନ୍ଦିର ନିର୍ମାଣ ହେଲା। ବାବା ସ୍ଵପ୍ନନେଶ୍ୱର କତିରେ ଯିଏ ମାନସିକ ରଖିଛନ୍ତି ତାହା ପୂରଣ ହୋଇଛି ଏହି ଭଲି କିମ୍ବଦନ୍ତୀ ରହିଛି।ବାବା ସ୍ବପ୍ନନେଶ୍ୱର କତିରେ ଶେଷ ଶ୍ରାବଣ ମାସର ଶେଷ ସୋମବାର ଦିନ ଆଜି କାଉଡ଼ିଆଙ୍କର ଭିଡ଼ ଦେଖିବାକୁ ମିଳିଥିଲା।ବାବା ସ୍ବପ୍ନନେଶ୍ୱର ବିଷୟ ଉପରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଥିଲେ ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ମିତ୍ରଭାନୁ ମହାକୁଡ଼ ଶ୍ରାବଣ ମାସ ବିଷୟ ଉପରେ ଏହି ମାସ ର ସୋମବାର ଦିନ ଟିର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ଵ ରହିଛି। ସୋମବାର ଦିନ ଅଧିକାଂଶ ଲୋକ ଉପବାସ ମଧ୍ୟ କରି ଥାଆନ୍ତି। ଶାସ୍ତ୍ର ଅନୁସାରେ ଏହିଦିନ ମହାଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଓ ନିଜ ଜୀବନ ରେ ପରିବର୍ତ୍ତନ ଆଣିଥାଏ । ମାନ୍ୟତା ଅନୁସାରେ ଏହିଦିନ ମହାଦେବ ଙ୍କୁ ପୂଜା କରିବା ଦ୍ୱାରା ପୂରଣ ହୋଇଥାଏ ସମ୍ପୂର୍ଣ୍ଣ ଆଶା ।

ଧାର୍ମିକ ମାନ୍ୟତା ଅନୁସାରେ ଶିବ ଭକ୍ତ ମାନେ ଶ୍ରାବଣ ମାସ ସୋମବାର ଦିନ ଦହି, ଧଳା କପଡ଼ା, ଚିନି ଓ ଦୁଗ୍ଧ ପ୍ରଭୃତି ଦାନ କରିବା ଆବଶ୍ୟକ । ଏହାଦ୍ବାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଶ୍ରାବଣ ସୋମବାର ଦିନ ଶିବ ରକ୍ଷା ସ୍ତୋତ୍ର ମନ୍ତ୍ର ପାଠ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ଓ ଦାରିଦ୍ର୍ୟ ଦୂର ହୋଇଥାଏ।