ଖଣ୍ଡଗିରି ଥାନା ଏଏସଆଇଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର(ଏସ୍ ନ୍ୟୁଜ): କରୋନା ଯୁଦ୍ଧରେ ହାରିଗଲେ କୋଭିଡ଼ ଯୋଦ୍ଧା। ରାଜଧାନୀର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ଏଏସଆଇ ଶିଶିର କୁମାର ସେଠୀଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

https://twitter.com/dcpbbsr/status/1305378316287844355?ref_src=twsrc%5Etfw

ସେ ଜଣେ ଭଲ ଅଫିସର ଥିଲେ। ସଦାସର୍ବଦା ନିଜ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବେଶ୍‌ ଜଣାଶୁଣା ଥିଲେ ଏଏସଆଇ ଶିଶିର । ଡ୍ୟୁଟି ସମୟରେ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ତାଙ୍କ ପରିବାର ସଦସ୍ୟ ଓ ୩ ନାବାଳିକା ଝିଅଙ୍କୁ କମିଶନରେଟ୍‌ ପୋଲିସ ପକ୍ଷରୁ ଆଶ୍ବାସନା ଦିଆଯାଇଛି।