ବୁଧବାରଠୁ ଓଡ଼ିଶାର ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ

ଜଟଣୀ: ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଆସନ୍ତା ୨୩ ତାରିଖ ବୁଧବାର ରାତିରେ ଆତସବାଜି ପ୍ରଦର୍ଶନ ସହ ଜମିବ । ଚଳିତବର୍ଷ ମେଳଣ ୫ ଦିନଧରି ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ । ଆସନ୍ତା ୨୭ ତାରିଖ (ରବିବାର) ସନ୍ଧ୍ୟାରେ ଠାକୁର ମେଳଣ ଅନୁଷ୍ଠିତ ହେବ ବୋଲି ମେଳଣର ଥାନପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ମନ୍ଦିର ବେଢ଼ାରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପଞ୍ଚୁଦେଳ ମେଳଣ ପରିଚାଳନା ପରିଷଦର ସଂଯୋଜକ ହରିରାଜପୁର ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ମହାରଥୀ ସୂଚନା ଦେଇଛନ୍ତି ।