ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍‌

ଭୁବନେଶ୍ୱର: ଦି ଟାଇମ୍ସ ହାଇଅର ଏଜୁକେସନ୍‌ ଏସିଆ ୟୁନିଭରସିଟି ର‍୍ୟାଙ୍କିଂ ୨୦୨୨ରେ କିଟ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ‘ଦି ଟାଇମ୍ସ ହାଇଅର ଏଜୁକେସନ ପକ୍ଷରୁ ବିଶ୍ୱସ୍ତରୀୟ ଏସିଆ ୟୁନିଭରସିଟି ର‍୍ୟାଙ୍କିଂ ଫଳଫଳ ପ୍ରକାଶ ପାଇଛି । ଏଥିରେ ଦେଶର ଶ୍ରେଷ୍ଠ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‌ ୭ଟି ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ରହିଛି । କିଟର ଓଭରାଲ ସ୍କୋର ୩୨+ ରହିଥିବା ବେଳେ ସମଗ୍ର ଏସିଆ ମହାଦେଶରେ କିଟ ୨୦୧+ ର‍୍ୟାଙ୍କ ବଜାୟ ରଖିଛି । ଭାରତର ଅଳ୍ପ କେତେକ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟ ଏହି ର‍୍ୟାଙ୍କରେ ରହିଛନ୍ତି । ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ ୧୨ତମ ସ୍ଥାନକୁ ଉନ୍ନୀତ ହୋଇ କିଟ ଦେଶର ବିଭିନ୍ନ ଆଇଆଇଟି, ଏନଆଇଟି ଓ ଖ୍ୟାତି ସମ୍ପନ୍ନ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ଟେକ ବଜାୟ ରଖିଛି । ଟାଇମ୍ସ ହାଇଅର ଏଜୁକେସନ ପକ୍ଷରୁ ଚଳିତବର୍ଷ କରାଯାଇଥିବା ଏସିଆ ୟୁନିଭରସିଟି ର‍୍ୟାଙ୍କିଂ ହେଉଛି ଏକ ବିଶ୍ୱସ୍ତରୀୟ ପ୍ରଦର୍ଶନ ତାଲିକା । ଏହା ପୂର୍ବରୁ କିଟ ଅନ୍ତର୍ଜାତୀୟସ୍ତରରେ ହେଉଥିବା ବିଭିନ୍ନ ର‍୍ୟାଙ୍କିଙ୍ଗରେ ଲଗାତାର ନିଜର ଉତ୍ତମ ପ୍ରଦର୍ଶନ କରିଆସୁଛି ।