ଚନ୍ଦ୍ରଭାଗାରେ ଡଙ୍ଗା ବୁଡି ଜଣେ ନିଖୋଜ

କୋଣାର୍କ, (ଏସ୍‌ ନ୍ୟୁଜ): କୋଣାର୍କ ଚଦ୍ରଭାଗା ସମୁଦ୍ରରେ ଡ଼ଙ୍ଗା ବୁଡି ଜଣେ ନିଖୋଜ ରହିଥିବା ବେଳେ ୪ ଜଣ ଉଦ୍ଧାର ହୋଇଛନ୍ତି । ସୂଚନାନୁସାରେ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିଲେ । ମାଛ ଧରିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା । ୪ ଜଣ ମତ୍ସ୍ୟଜୀବୀ ପହଁରି କୂଳକୁ ଚାଲି ଆସିଥିଲେ । କିନ୍ତୁ ଜଣେ ଆସିପାରି ନଥିଲେ । ଏବେସୁଦ୍ଧା ସେ ନିଖୋଜ ଅଛନ୍ତି ନିଖୋଜ ମତ୍ସ୍ୟଜୀବୀ ହେଲେ ନୋଳିଆ ସାହିର ଆପୋଲୋ ରାଜୁ ।