ନିଲମ୍ବିତ ହେଲେ କୋଣାର୍କ ଏସଆଇ

କୋଣାର୍କ : ଏସଆଇଙ୍କୁ ମହଙ୍ଗା ପଡିଲା ନିରୀହ ବ୍ୟକ୍ତିଙ୍କୁ ମାଡ ମାରିବା । ବିନା ଦୋଷରେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା କାରଣରୁ କୋଣାର୍କର ଏସଆଇଙ୍କୁ ନିଲମ୍ବିତ କରାଯାଇଛି ।
 
ଏସଆଇ  ଦିଲ୍ଲୀପ କୁମାର ବେହେରା ଗତ ଅଗଷ୍ଟ  ୨୪ ତାରିଖରେ କୋଣାର୍କର ଜଣେ ବ୍ୟକ୍ତିଙ୍କୁ ବିନା କାରଣରେ ରାସ୍ତାରୁ ଉଠାଇ ନେଇ ଥାନା  ପରିସରରେ ନିସ୍ତୁକ  ପିଟିଥିଲେ । ଏହା ଜାଣିବା ପରେ ତାତି ଉଠିଥିଲେ ସାଧାରଣ ଲୋକେ । ସେମାନେ ପାଲଟା ଅଭିଯୋଗ କରିଥିଲେ ଯେ , ଏସଆଇ ନିଜ କାର୍ଯ୍ୟରେ  ଅବହେଳା କରି ସାଧାରଣ ଜନତାଙ୍କ ଉପରେ ଦବଙ୍ଗଗିରୀ  ଦେଖାଉଛନ୍ତି। ବିଭିନ୍ନ ସମୟରେ ପୁଲିସ ସେବା ନିୟମର ଖୋଲା ଉଲ୍ଲଙ୍ଘନ କରୁଛନ୍ତି। ଆଉ ଏହି ଅଭିଯୋଗକୁ ଆଧାର କରି   ପୁରୀ ଏସପି ଅଖିଳେ ଶ୍ଵର ସିଂ କୋଣାର୍କ ଥାନାରେ କାର୍ଯ୍ୟ ରତ ଏସଆଇ ଦିଲ୍ଲୀପ କୁମାର ବେହରାଙ୍କୁ ନିଲମ୍ବିତ କରିଛନ୍ତି ।