ଭୁବନେଶ୍ୱର, (ଏସ୍ ନ୍ୟୁଜ): କରୋନା କାଳରେ ସମସ୍ତ ପର୍ଯ୍ୟଟନ ସ୍ଥଳ ଓ ଧାର୍ମିକ ସ୍ଥଳ ବନ୍ଦ୍ ରହିଥିଲା । ହେଲେ ଏବେ ସ୍ଥିତିରେ ଟିକିଏ ସୁଧାର ଆସିବାରୁ ଅଗଷ୍ଟ ଗାଇଡ ଲାଇନ୍ ରେ ସରକାର ଏ ସବୁ ଖୋଲିବା ନେଇ ଅନୁମତି ଦେଇଛନ୍ତି । ଆଉ ଏହାରି ମଧ୍ୟରେ କରୋନା କାଳରେ ରାଜ୍ୟରେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଜାରି ହୋଇଛି । ଅନେକ କଟକଣା କୋହଳ ହେବା ପରେ ଆଜିଠାରୁ ଖୋଲିଯାଇଛି କୋଣାର୍କର ଐତିହାସିକ ସୂର୍ଯ୍ୟ ମନ୍ଦିର । ସ୍ୱତନ୍ତ୍ର ଏସଓପିରେ ପର୍ଯ୍ୟଟକଙ୍କୁ ମନ୍ଦିର ପ୍ରବେଶର ଅନୁମତି ରହିଛି । ଦୈନିକ ୨ ହଜାର ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ଦର୍ଶନ କରିପାରିବେ । ପର୍ଯ୍ୟଟକଙ୍କ ମନ୍ଦିର ପ୍ରବେଶ ପାଇଁ ଅନଲାଇନରେ ଟିକେଟ ବ୍ୟବସ୍ଥା ହୋଇଛି ।