ଧୋକାବାଜ ପ୍ରେମିକ ଏସ୍ଆଇ ସିଲୁ!

ଭୁବନେଶ୍ୱର(ଏସ୍ ନ୍ୟୁଜ): ପଢ଼ିଲା ବେଳେ ପ୍ରେମ କଲେ। ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଲେ। ହେଲେ ଶେଷରେ ଠକିଦେଇ ଫେରାର। ଲଭ୍, ସେକ୍ସ, ଧୋକାର ଏହା କୌଣସି କାହାଣୀ ନୁହେଁ ବରଂ ସତ ଘଟଣା। ଏଭଳି କାରନାମା ରଚିଛନ୍ତି ଜଣେ ପୋଲିସ ଏସ୍ଆଇ।

ପୋଲିସ ବାବୁଙ୍କ ନାଁ ସିଲୁ ଧଳ। ପୀଡ଼ିତା ଜଣକ ମଧ୍ୟ ଜଣେ ମହିଳା ପୋଲିସ ଏସ୍ଆଇ। ଉଭୟେ ୨୦୧୭ରେ ବିଜୁ ପଟ୍ଟନାୟକ ପୋଲିସ ଟ୍ରେନିଂ ସ୍କୁଲରେ ସାଙ୍ଗ ହୋଇ ପଢ଼ୁଥିଲେ। ଚିହ୍ନା ପରିଚୟ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସିଲୁ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ମହିଳା ଏସ୍ଆଇଙ୍କୁ ବିବାହ ପ୍ରତିଶୃତି ଦେଇ ବେଶ ଚାଲାକିରେ ସିଲୁ କେସ୍ ସମାଧାନ କରିଦେଲେ। ହେଲେ ପରେ ୨୦୧୯ରେ ମିଛି ମିଛିକା ବିବାହ ରଚି ମହିଳା ଏସ୍ଆଇଙ୍କୁ ଏକା ଛାଡ଼ି ଫେରାର ହୋଇଗଲେ।

ମହିଳା ସବ୍-ଇନ୍ସପେକ୍ଟର ଜଣଙ୍କ ଏ ଘଟଣା ନେଇ ପୂର୍ବରୁ କନ୍ଧମାଳ ଦାରିଙ୍ଗବାଡି ଥାନାରେ ଏତଲା ଦେଇଛନ୍ତି। ଏଥିସହ ସେ ଖଲ୍ଲିକୋଟ ଥାନାରେ ସବ୍-ଇନ୍ସପେକ୍ଟର ଥବା ସିଲୁ ଧଳଙ୍କ ବିରୋଧରେ ଡିଜି କ୍ୟାମ୍ପ୍ ଅଫିସରେ ଆଜି ଅଭିଯୋଗ କରିଛନ୍ତି।