ରାଜ୍ୟରେ ଲକ୍ଷପତି ଦିଦି’ ଯୋଜନା ଶୁଭାରମ୍ଭ

ଭୁବନେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀ ଅନ୍ତର୍ଭୁକ୍ତ ମହିଳାଙ୍କର ଆର୍ଥିକ ସ୍ଥିତି ଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ ହୋଇଛି । ଉକ୍ତ ଯୋଜନା ଅନୁସାରେ ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି କରାଯିବ ।

ଟାର୍ଗେଟ୍‌ ପୂରଣ ବାଟରେ ଥିବା ସବୁ ଅସୁବିଧାକୁ ଦୂର କରିବା ପାଇଁ ଉଦ୍ୟମ ଚାଲିଛି । ଏହି ଯୋଜନା ଜରିଆରେ କମୁନିଟି ସପୋର୍ଟ ଷ୍ଟାଫଙ୍କ ପାରିଶ୍ରମିକ ରାଶି ସରକାର ପ୍ରଦାନ କରିବେ । ସେଥିପାଇଁ ଗ୍ରାମ ପଂଚାୟତ ସଂଘ ବା ଜି ପି ଏଲ୍‌ ଏଫ୍‌ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ କରାଯିବ । ଏହି ଯୋଜନାର ସୁଫଳ ପାଇବେ ପ୍ରାୟ ୬୨ ହଜାରରୁ ଅଧିକ ମହିଳା । ସମସ୍ତ କର୍ମଚାରୀଙ୍କୁ ୨୦୨୪ ଏପ୍ରିଲ ମାସରୁ ପିଛିଲା ଭାବେ ପାରିଶ୍ରମିକ ପାଇବେ ।