ଭୁବନେଶ୍ବର( ଏସ୍ ନ୍ଯୁଜ): ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ଯାତ୍ରା ଜଗତର ନାୟିକା ରାଣୀ ପଣ୍ଡା । ଭୁବନେଶ୍ୱର ଲୋୟର ପିଏମ୍ଜି ଛକରେ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ଦାବିରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଷ ଓଗାଳିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ।
ତେବେ କରୋନା କଟକଣା ପାଇଁ ଦୀର୍ଘ ୭/୮ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ଯାତ୍ରା ପରିବେଷଣ । ଏହି ସମୟରେ ଅନେକ ଯାତ୍ରା କଳାକାର ଦୁର୍ଦ୍ଦିନରେ ଦୈନଦିନ ଜୀବନ ବଢାଉଛନ୍ତି । ଏପରିକି ରୋଜଗାର ଅଭାବରୁ ଯାତ୍ରା ଜଗତ ବୁଡିବାକୁ ବସିଲାଣି । ଏଣୁ ଆଗକୁ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେବାକୁ ଧାରଣା ଦେଇଛନ୍ତି ଯାତ୍ରା ଜଗତର କଳାକାର ।ଏହି ସମୟରେ ରାଜରାସ୍ତାକୁ ଓହ୍ଲାଇ ରାଣୀ ପଣ୍ଡା ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ , ‘ଦୟାକରି ଆମ ଦାବି ପୂରଣ କରନ୍ତୁ । ଏଇଟା ଟ୍ରେଲର୍ । ସାର ବୋଲି ଚୁପ୍ ଥିଲି। ଫିଲ୍ମ ଆଗୁକ କ’ଣ ହେବ ଭାବି ଦିଅନ୍ତୁ । ଯାତ୍ରା ପରିବେଷଣ କାର୍ତ୍ତିକ ମାସ ପରେ ଯଦି ନିର୍ଦ୍ଦିଷ୍ଟ ତାରିଖରେ ଧାର୍ଯ୍ୟ କରାନଯାଏ, ତାହାହେଲେ ସମସ୍ତ କଳାକାର ପେଟ୍ରୋଲ ଢାଳି ଦିଆସିଲି ଲଗାଇ ରାଜରାସ୍ତାରେ ମରିବେ । ଏହା ସହ ରାଣୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ।
ଅନ୍ୟପଟେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ଯାତ୍ରା କଳାକାରଙ୍କ ସହ ଧାରଣାରେ ସାମିଲ ହୋଇଥିଲେ ।