ମାଲକାନଗିରି, (ଏସ୍ ନ୍ୟୁଜ): ବିସ୍ଫୋରଣରେ ଉଡିଲା ଏକ ଯାତ୍ରୀବାହୀ ବୋଲେରୋ । ଏହାସହ ୧୨ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଘଟଣାସ୍ଥଳରେ ଦନ୍ତେୱାଡା ଏସପି ଅଭିଷେକ ପଲ୍ଲଭଙ୍କ ସହ ଡିଆରଜି ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତମାନଙ୍କୁ ମେଡିକାଲକୁ ପଠାଯାଇଛି । ଘଟିଆ ରାସ୍ତାରେ ଜବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଏହି ଲ୍ୟାଣ୍ଡମାଇନ ଲଗାଇଥିଲେ । ଘଟଣା ପରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।